ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବ
Khabar Odisha:Today-Utkal-University-Youth-Section-Annual-Function
ଭୁବନେଶ୍ୱର,ଏପ୍ରିଲ୨୮(ଖବର ଓଡିଶା): ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ବାଣୀବିହାରରେ ସୁରକ୍ଷା  ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ପୋଲିସ କମିଶନର୍‌ ୱାଇ.ବି.ଖୁରାନିଆ ସୂଚନା ଦେଇଛନ୍ତି ।
 
ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବାଣୀବିହାର ଫାଟକ ନିକଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରାୟ ୩୦ଜଣ ଛାତ୍ରଙ୍କୁ ଶହିଦନଗର ପୋଲିସ ଅଟକ ରଖିଥିଲା । ଆଜି ମଧ୍ୟ କଂଗ୍ରେସ ଓ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରାଯିବାର ଯୋଜନା ଥିବା ସୂଚନା ମିଳିଛି । ଗଣ୍ଡଗୋଳକୁ ଆଖିଆଗରେ ରଖି ଆଜି ବାଣୀବିହାରରେ ପୋଲିସ ଛାଉଣୀ  କରାଯିବା ନେଇ  ପୁଲିସ କମିଶନର ସୂଚନା ଦେଇଛନ୍ତି।
  • Tags:

Subscribe

National International State Sports Entertainment