ଆଜି ଦେଶରେ ଚାଲିଛି ନିଟ୍‌ ପରୀକ୍ଷା, ଓଡିଶାରୁ ଅଛନ୍ତି ୩୦,୦୦୦ ପରୀକ୍ଷାର୍ଥୀ
Khabar Odisha:Today-NEET-Exam-In-India
ଭୁବନେଶ୍ୱର,ମେ୭(ଖବର ଓଡିଶା): ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌ । ଏହି ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉର୍‌କେଲା ଠାରେ ଏକାଧିକ ପରୀକ୍ଷା କେନ୍ଦ୍ରମାନ ଖୋଲାଯାଇଛି । ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା କି ପରୀକ୍ଷା ପୂର୍ବାହ୍ନ ୧୦ ଟାରୁ ଆରମ୍ଭ କରାଯାଇ ଅପରାହ୍ନ ୧ରେ ଶେଷ ହେବ । ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥିଲା କି ସକାଳ ୭ ଟା ୩୦ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପୂର୍ବାହ୍ନ ୯ ଟା ୩୦ ପରେ କୌଣସି ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ ନାହିଁ ବୋଲି କଟକଣା ଜାରୀ କରାଯାଇଥିଲା । 
 
ସୂଚନା ଅନୁସାରେ ସୁପ୍ରୀମକୋର୍ଟ ସାରା ଦେଶରେ ନିଟ୍‌ର ଏହି ଏକକ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥର ମଧ୍ୟ ସିବିଏସ୍‌ଇ ବିଭିନ୍ନ ପ୍ରକାର ନୂତନ ନିୟମ ଓ କଟକଣା ଜାରୀ କରିଛି ଏହି ପ୍ରବେଶିକା ପରୀକ୍ଷା ପାଇଁ। ନିଟ୍‌ ପରୀକ୍ଷା ସାରାଦେଶର ୧୦ଲକ୍ଷ ଛାତ୍ରଛାତ୍ରୀ ଦେଉଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୦, ୦୦୦ପରୀକ୍ଷାର୍ଥୀ ଏଥିରେ ସାମିଲ ଅଛନ୍ତି ।
  • Tags:

Subscribe

National International State Sports Entertainment