ଜିଓ ଲଞ୍ଚ କଲା ‘ଧନ ଧନା ଧନ’ ପ୍ଲାନ, ୩୦୯ଟଙ୍କାରେ ସବୁକିଛି ଫ୍ରି
Khabar Odisha:Jio-launched-Dhan-Dhana-Dhan-offer
ନୂଆଦିଲ୍ଲୀ, ଏପ୍ରିଲ୧୧(ଖବର ଓଡ଼ିଶା): କିଛି ଦିନ ଧରି ନିଜର ନିୟୁ ଇଅର ଅଫରର ସମାପ୍ତି ପରେ ଜିଓ ଅନେକ ଅଫରର ଶୁଭାରମ୍ଭ କରିବା ଦେଖାଯାଉଛି। ମାଗଣା ସେବା ପାଇବା ପରେ ଜିଓ ବ୍ୟବହାରକାରୀ ଦେୟଯୁକ୍ତ ସେବାକୁ କମ୍‌ ଆପଣାଇଥିବା ଦେଖାଦେବାରୁ କମ୍ପାନୀ ତରଫରୁ ଏବେ ଅନ୍ୟ ଏକ ଅଫର ଆରମ୍ଭ କରାଯାଇଛି। ଯେଉଁ ଉପଭୋକ୍ତାମାନେ ଜିଓର ପ୍ରାଇମ୍‌ ମେମ୍ୱରସିପ୍‌ ସହିତ ସମର ସରପ୍ରାଇଜ ଅଫର ନେବାରେ ସମର୍ଥ ହୋଇ ନାହାନ୍ତି, ସେମାନଙ୍କ ପାଇଁ ଧନ ଧନା ଧନଅଫର ଅଣାଯାଇଛି।
 
ଗ୍ରାହକକୁ ଏଥିପାଇଁ ୩୦୯ ଅଥବା ୫୦୯ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦୁଇଟି ଯାକ ଅଫରରେ ଅନ୍‌ଲିମିଟେଡ଼ ଡ଼ାଟା ସହିତ ମାଗଣା କଲ୍‌ ଏବଂ ମାଗଣା ରୋମିଂ ବ୍ୟବସ୍ଥା ଦିଆଯିବ। ଏହା ପ୍ରାଇମ୍‌ ଏବଂ ନନ୍‌ ପ୍ରାଇମ୍‌ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।
 
ଜିଓ ଧନ ଧନା ଧନ ଯୋଜନାର ସମ୍ପୂର୍ଣ୍ଣ ସୂଚନା:-

- ଏଥିରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧ ଜିବିଠାରୁ ଆରମ୍ଭ କରି ୨ ଜିବି ପର୍ୟ୍ୟନ୍ତ ୪ଜି ଡ଼ାଟା ମିଳିବ ।

- ୩୦୯ଟଙ୍କାର ପ୍ଲାନ୍‌ରେ ପ୍ରାଇମ୍‌ ମେମ୍ୱରଙ୍କୁ ୮୪ ଦିନ ପାଇଁ ୧ ଜିବି ଡ଼ାଟା ମିଳିବ ।

- ସେହିପରି ୫୦୯ଟଙ୍କାର ପ୍ଲାନ୍‌ରେ ପ୍ରାଇମ୍‌ ମେମ୍ୱରଙ୍କୁ ୮୪ ଦିନ ପାଇଁ ୨ଜିବି ଡ଼ାଟା ମିଳିବ ।

- ଦିନକର ଲିମିଟ୍‌ ଶେଷ ହେବା ପରେ ସ୍ପିଡ଼ ୧୨୮କେବିପିଏସ୍‌ ହୋଇଯିବ ।

- ଦୁଇଟି ଯାକ ପ୍ଲାନରେ ଅନ୍‌ଲିମିଟେଡ଼ କଲିଙ୍ଗ ସହ ମାଗଣା ରୋମିଂ ଏବଂ ମାଗଣା ଏସ୍‌ଏମ୍‌ଏସ୍‌ର ସୁବିଧା ମଧ୍ୟ ମିଳିବ ।
 
ଏହି ପ୍ଲାନରେ ନୂଆ ବ୍ୟବହାରକାରୀଙ୍କୁ ୪୦୮ଟଙ୍କା ଏବଂ ୬୦୮ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିରେ ୯୯ଟଙ୍କା ପ୍ରାଇମ୍‌ ମେମ୍ୱରସିପ୍‌ର ରହିବ। ଯାହାକି ସମର ସରପ୍ରାଇଜ୍‌ ଅଫରଠାରୁ ୬ଟଙ୍କା ଅଧିକ ମହଙ୍ଗା ଅଛି।
 
  • Tags:

Subscribe

National International State Sports Entertainment