ଆସନ୍ତା ୨୭ରେ ପ୍ରକାଶ ପାଇବ ଜେଇଇ ମେନ ରେଜଲ୍ଟ
Khabar Odisha:JEE-main--2017-result-to-be-declared-on-27th-April
ଭୁବନେଶ୍ୱର,ଏପ୍ରିଲ ୨୬: ଆସନ୍ତା ୨୭ତାରିଖରେ ଜେଇଇ ମେନ ରେଜଲ୍ଟ ପ୍ରକାଶ ପାଇବ। ସିବିଏସ୍‌ଇ ପରୀକ୍ଷା ଫଳକୁ ଏହାର ୱେବସାଇଟ:-jeemain.nic.in ରେ ଉପଲବ୍ଧ କରିବ।   
 
ସାରା ଦେଶରେ ମୋଟ ୧୦.୨ ଲକ୍ଷ ପରୀକ୍ଷାର୍ଥୀ ଏହି ଏଂଟ୍ରାନ୍ସ ପରୀକ୍ଷା ଦେଇଥିବାବେଳେ ଓଡିଶାରୁ ୪୫ ହଜାର ପରୀକ୍ଷାର୍ଥୀ ଜେଇଇ ମେନ ଏଂଟ୍ରାନ୍ସ ଦେଇଛନ୍ତି।୨୭ରେ ରେଜଲ୍ଟ ପ୍ରକାଶ ପାଇବା ପରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଜେଇଇ ଆଡଭାନ୍ସ ଦେବେ। ଏଥିରେ କୃତକାର୍ୟ୍ୟ ହେବା ପରେ ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ଆଇଆଇଟି ଏବଂ ଏନ୍‌ଆଇଟି କଲେଜରେ ନାମ ଲେଖାଇ ପାରିବେ। ପୂର୍ବରୁ ଏହାର ଉତ୍ତର ପତ୍ର ଏବଂ ଓଏମ୍‌ଆର ସିଟ୍‌କୁ ସାଇଟ୍‌ରେ ଛଡ଼ାଯାଇସାରିଛି। ଚଳିତ ଥର ସାଧାରଣ ବର୍ଗଙ୍କ ପାଇଁ ୧୦୦ ଅଥବା ୧୦୫ରୁ ଅଧିକ ମାର୍କ ନିଆଯିବା ଜଣାପଡ଼ିଛି।
 
ସୂଚନାନୁସାରେ ଗତ ୨,୮ ଏବଂ ୯ ତାରିଖରେ ଏହି ଏଂଟ୍ରାନ୍ସ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ୨ ଲକ୍ଷ ପରିକ୍ଷାର୍ଥି ଏହି ଜେଇଇ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ୪୦ ହଜାର ଛାତ୍ରୀ ଜେଇଇ ଆଡ଼ଭାନ୍ସଡ଼ ପାସ୍‌ କରିଥିଲେ। ନିଜର ରେଜଲ୍ଟ ଜାଣିବା ପାଇଁ ଉପରେ ଦିଆଯାଇଥିବା ସାଇଟ ଖୋଲି ନିଜର ରେଜିଷ୍ଟ୍ରେସନ୍‌ ନମ୍ୱର ଏବଂ ଜନ୍ମତାରିଖ ଦେଇ ପାରିବେ।
  • Tags:

Subscribe

National International State Sports Entertainment