କାଲିଠାରୁ ଭାରତଗ୍ରସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ସ୍କିଲ ଡ଼େଭଲପ୍‌ମେଣ୍ଟରେ ମିଳିବ ସହାୟତା
Khabar Odisha:Aus-PM-will-be-in-two-day-visit-to-India-from-Monday-help-in-skill-development-sector
ମେଲବର୍ଣ୍ଣ, ଏପ୍ରିଲ୦୯(ଖବର ଓଡ଼ିଶା): ଅଷ୍ଟ୍ରେଲିଆର ବୈଦେଶିକ  ଶିକ୍ଷା ବିଭାଗ ଟ୍ରେନିଂ ଏବଂ ଅନୁସନ୍ଧାନ କ୍ଷେତ୍ରରେ ଭାରତ ସହ ମିଶି କାମ କରିବାକୁ ଚାହୁଁଛି। ଏହାଦ୍ୱାରା ଭାରତକୁ ୨୦୨୨ ସୁଦ୍ଧା ୪୦ କୋଟି ଲୋକଙ୍କ କୌଶଳ ବୃଦ୍ଧିକୁ ନେଇ ଥିବା ଲକ୍ଷ୍ୟକୁ ହାସଲ କରିବାରେ ସହଜ ହେବ ବୋଲି ଅଷ୍ଟ୍ରେଲିଆର ଶିକ୍ଷା ଏବଂ ଅନୁସନ୍ଧାନ ମନ୍ତ୍ରୀ ସିମୋନ ବର୍ମିଘମ ସୁଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୈଲକମ ଟର୍ନବୁଲ ସୋମବାର ଦୁଇଦିନିଆଁ ଭାରତ ଗ୍ରସ୍ତରେ ଆସୁଥିବା ବେଳେ ସିମୋନ ମଧ୍ୟ ତାଙ୍କ ସହ ଆସୁଥିବା ଜଣାପଡ଼ିଛି।
 
ଶିକ୍ଷା ଏବଂ ଟ୍ରେନିଂ ମନ୍ତ୍ରୀ ଭାବେ ସିମୋନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗ୍ରସ୍ତ। ଅଷ୍ଟ୍ରେଲିଆରୁ  ବିଶ୍ବବିଦ୍ୟାଳୟ ଶାଖା ଏବଂ ଟ୍ରେନିଂ ଅନୁଷ୍ଠାନର ୧୨୦ଜଣ ପ୍ରତିନିଧି ଦଳ ଦିଲ୍ଲୀ ଆସୁଛନ୍ତି। ଭାରତ ଆସିବା ପରେ ସିମୋନ ବର୍ମିଘନ ଏମ୍‌ଏଚଆରଡ଼ି ମନ୍ତ୍ରୀ ପ୍ରକାଶ ଜାବେଦକର ଏବଂ ସ୍କିଲ ଡ଼େଭଲପ୍‌ମେଣ୍ଟ ଏବଂ ଉଦୌକ୍ତା ମନ୍ତ୍ରୀ ରାଜୀବ ପ୍ରତାପ ରୁଡ଼ିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ।
 
ଏହା ଶୁଣି ବହୁତ ଖୁସି ଲାଗୁଛି ଯେ, ଅଷ୍ଟ୍ରେଲିଆର ଜବରଦସ୍ତ ଭୋକେସନାଲ ଟ୍ରେନର୍ସମାନେ ନିଜର ଭାଗିଦାରି ଭାରତ ସହ ସ୍କିଲ ଡ଼େଭଲପମେଣ୍ଟରେ କାମ କରିପାରିବୁ ବୋଲି ସିମୋନ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଭାରତଠାରୁ ବହୁତ କିଛି  ଶିଖିବାର ଅଛି। ଅଷ୍ଟ୍ରେଲିଆର ପ୍ରାୟ ୧୦ ଜଣ ବିଦେଶି ଛାତ୍ରଙ୍କ ମଧ୍ୟରେ ଜଣେ ଭାରତରୁ ହୋଇଥାଏ। ଭାରତୀୟ ଛାତ୍ରମାନଙ୍କ ପାଇଁ ଅଷ୍ଟ୍ରେଲିଆ ଦ୍ୱିତୀୟ ପସନ୍ଦର ସ୍ଥାନ ଅଟେ। ତେବେ ଆଲୋଚନା ପରେ ଭାରତରୁ ଆସୁଥିବା ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଏବଂ ସେମାନଙ୍କର ସୁରକ୍ଷା କରିବାକୁ ଆମେ ପ୍ରତିଜ୍ଞାବଦ୍ଧ ବୋଲି ସିମୋନ କହିଛନ୍ତି।
  • Tags:

Subscribe

National International State Sports Entertainment