ଫେସବୁକ୍ ଗ୍ରୁପରେ ଯୋଡିବାକୁ ଚାହୁଁଛନ୍ତି କି? ଏଣିକି ଦେବାକୁ ପଡ଼ିବ ପରୀକ୍ଷା
Khabar Odisha:Are-u-interested-to-join-Facebook-group-now-u-have-to-give-answer-to-3-ques
ଭୁବନେଶ୍ୱର, ମଇ ୧୩(ଖବର ଓଡ଼ିଶା): ଫେସବୁକ। ସୋସିଆଲ ମିଡ଼ିଆର ଅନ୍ୟତମ ଲୋକପ୍ରିୟ ମାଧ୍ୟମ । ଏହି ମାଧ୍ୟମକୁ ବିଶ୍ୱବାସୀ ଜାବୁଡ଼ି ଧରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ବୟସର ସୀମା ନାହିଁ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ କୋଟି କୋଟି ଲୋକ ଯୋଡି ହୋଇଯାଇଛନ୍ତି ଏହି ଅତ୍ୟାଧୁନିକ ମିଡ଼ିଆରେ । ପାହାଡିଆ ଅଂଚଳରେ ରହୁଥିବା ଲୋକ ବି ଆଜିକାଲି ଜାଣି ସାରିଲେଣି ଫେସବୁକ୍‌ର ବ୍ୟବହାର । ଯାହା ପାଖରେ ଏହି ଆକାଉ ନାହିଁ, ସେ ବି ନୂଆଁ ଆକାଉଣ ଖୋଲିବାକୁ ବ୍ୟସ୍ତ ହୋଇଯାଉଛି । କମ୍ପାନୀ ଦ୍ୱାରା ଫେସବୁକ୍ ଫିଚରର ନବକଳେବର ହୋଇଛି । ଫେସବୁକ୍‌ର ଗ୍ରୁପ ବ୍ୟବସ୍ଥା ବି ରହିଛି । କିନ୍ତୁ ଏହାକୁ ସାଇବର ହ୍ୟାକ କରିବାକୁ ବି ଅଛିନ୍ତି କିଛି ଖଳ ପ୍ରକୃତିର ଲୋକ । ଫେସବୁକ୍ ହ୍ୟାକ୍‌କାରୀଙ୍କ ବିଷୟରେ ଜାଣିବା ସହଜ ନୁହେଁ । ଫେସବୁକ୍ ଗ୍ରୁପକୁ ଅଧିକ ସୁରକ୍ଷିତ ରଖିବା ପାଇଁ କମ୍ପାନୀ କିଛି ନୂଆ ଫିଚର ଉପସ୍ଥାପନା କରିଛି ।
 
ଫେସବୁକ୍ ଦ୍ୱାରା ଦିଆଯାଇଥିବା ଏହି ଫିଚର ବଳରେ ଗ୍ରାହକ କୌଣସି ଗ୍ରୁପର ଭାଗିଦାରୀ ହେବାକୁ ୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପରେ ଗ୍ରାହକ ଗ୍ରୁପର ସଦସ୍ୟ ହୋଇ ପାରିବେ । ଯଦି କେହି ଗ୍ରୁପରେ ସାମିଲ ହେବାକୁ ଚାହାନ୍ତି ତାଙ୍କୁ ୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଯଦି ଆପଣଙ୍କୁ କେହି ଗ୍ରୁପରେ ଯୋଗଦେବା ପାଇଁ ନିବେଦନ କରୁଛି, ତାହେଲେ ନୋଟିସ ଦେଖାଯିବ । ଏହି ଲିଙ୍କକୁ କ୍ଲିକ କଲେ ଏକ ପ୍ରଶ୍ନପତ୍ର ଦେଖାଯିବ । ପ୍ରଶ୍ନ ପତ୍ର ଠିକ୍ ଭାବରେ ପୂରଣ କଲେ, ଗ୍ରାହକ ନୂଆ ଗ୍ରୁପର ସଦସ୍ୟ ହୋଇ ପାରିବେ ।
 
ବଢୁଛି ନକଲି ଆକାଉଣ୍ଟ ସଂଖ୍ୟା
 
କୁହାଯାଉଛି ଯେ, ଫେସବୁକ୍ ଏହି ଫିଚର ମାଧ୍ୟମରେ ନିଜର ୱେବସାଇଟକୁ ଅଧିକ ସୁରକ୍ଷିତ ରଖିବାକୁ ଚାହୁଁଛି । ଏହା ପୂର୍ବରୁ ଫେସବୁକ୍ ନକଲି ଆକାଉ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ନେଇଛି । ନକଲି ଆକାଉ ମାଧ୍ୟମରେ ସୋସିଆଲ ମିଡ଼ିଆର ଦୁବ୍ୟବହାର ହେଉଛି, ଯାହାକି ଅପରାଧକୁ ଶ୍ରେୟ ଦେଉଛି ।
  • Tags:

Subscribe

National International State Sports Entertainment