ହୁଣ୍ଡାଇର ନୁଆ ଏକ୍ସସେଣ୍ଟ କାର୍‌ର ବଜାର ପ୍ରବେଶ, ଆରମ୍ଭ ମୂଲ୍ୟ ୫.୩୮ ଲକ୍ଷ
Khabar Odisha:AUTO-hyundai-launch-all-new-2017-xcent
ନୂଆଦିଲ୍ଲୀ,ଏପ୍ରିଲ୨୦(ଖବର ଓଡିଶା): ହୁଣ୍ଡାଇ ମୋଟର ଇଣ୍ଡିଆ ଗୁରୁବାର ଦିନ ଅଲ୍‌ ନ୍ୟୁ ୨୦୧୭ ଏକ୍ସସେଣ୍ଟ ଫେସ୍‌ଲିଫ୍ଟ କାର୍‌ର ବଜାର ପ୍ରବେଶ କରିଛି । ନୁଆ ଏକ୍ସସେଣ୍ଟ କାର୍‌ର ପାଞ୍ଚଟି ରଙ୍ଗ ବଜାରକୁ ଛଡାଯାଇଛି। କମ୍ପାନୀ ଏହାର ମୂଲ୍ୟ ୫.୩୮ ଲକ୍ଷ ଟଙ୍କାରୁ ଆରମ୍ଭ କରି ୮.୪୧ ଲକ୍ଷ ଟଙ୍କା ରଖା ଯାଇଛି । କମ୍ପାନୀ କହିଛି ପାଖାପାଖି ୨.୫ ଲକ୍ଷ ଗ୍ରାହକ ବର୍ତ୍ତମାନ ଚାଲୁଥିବା ଏକ୍ସସେଣ୍ଟ କାର୍‌କୁ ବ୍ୟବହାର କରୁଛନ୍ତି ।         
 
କମ୍ପାନୀ ଦାବି କରିଛି କି ନୁଆ ଓ ପୁରୁଣା ଏକ୍ସସେଣ୍ଟ କାର୍‌ର ଇଞ୍ଜିନ୍‌ରେ ୫ ସ୍ପିଡ୍‌ ମାନୁଆଲ ଟ୍ରାନ୍ସମିଶନ୍‌ ଅଛି । ନୁଆ ଏକ୍ସସେଣ୍ଟ କାର୍‌ ଇଞ୍ଜିନ ୧.୨ ଲିଟର ୟୁ ୨ ସିଆରଡିଆଇ ଡିଜେଲ ଓ ୧.୨ କାପା ପେଟ୍ରୋଲ ବିଶିଷ୍ଟ । ଏହି ନୁଆ କାର୍‌ର ପାଓ୍ୱାର୍‌ ୭୪ ବିଏଚପି(ଡିଜେଲ) ଓ ୮୧ ବିଏଚ୍‌ପି(ପେଟ୍ରୋଲ) ରହିଥିବା ବେଳେ ଟାର୍କ ୧୯୦ ଏନ୍‌ଏମ୍‌ (ଡିଜେଲ), ୧୧୦ ଏନ୍‌ଏମ୍‌ (ପେଟ୍ରୋଲ) ଅଛି ।
 
ଏହାର ପେଟ୍ରୋଲ କାର୍‌ ଓ ଡିଜେଲ୍‌ କାର୍‌ର ମୂଲ୍ୟ ଅଲଗା ଅଲଗା ରଖାଯାଇଛି । ଏହାର ସର୍ବାଧିକ ମୂଲ୍ୟ ୮.୪୧ ଲକ୍ଷ ଟଙ୍କା ରଖଯାଇଛି ।
  • Tags:

Subscribe

National International State Sports Entertainment