ବିଦା ହୋଇ ଶାଶୁଘର ଯିବା ପୂର୍ବରୁ ପରୀକ୍ଷା ଦେବାକୁ ଆସିଲେ ନବବଧୂ
Khabar Odisha:women-give-exam-before-going-in-laws-house
ରାଜସ୍ଥାନ, ମେ ୧୩(ଖବର ଓଡିଶା): ଝିଅମାନଙ୍କୁ ପାଠ ପଢ଼ାରୁ ବର୍ତ୍ତମାନ ସମୟରେ ବି କିଛି କିଛି ସମାଜ ବଞ୍ଚିତ ରଖୁଥିବା ବେଳେ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ମଣକସାସ ଗ୍ରାମରେ । ଏଠାରେ ଗତ ବୁଧବାର ଜଣେ ଯୁବତୀଙ୍କ ବିବାହ ଥିଲା। ଉକ୍ତ ଯୁବତୀ ଜଣକ ହେଲେ ନୀତୁ ଶର୍ମା । ପ୍ରତିଟି ନୀତିନିୟମକୁ ଆଖିରେ ରଖି ସମ୍ପନ୍ନ ହୋଇଥିଲା ବିବାହ ଉତ୍ସବ । ମାତ୍ର ନୀତୁ ବିଦା ହେଲା ବେଳକୁ ପ୍ରଥମେ ଯାଇଥିଲେ ରାଜକୀୟ କମଳା ମୋଦି ମହିଳା କଲେଜ୍‌ । ସେଠାରେ ନୀତୁ ଏମ୍‌.ଏ ଶେଷ ବର୍ଷର ରାଜନୈତିକ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିଲେ । ତିନି ଘଣ୍ଟା ପର୍ୟ୍ୟନ୍ତ ପରୀକ୍ଷା ଚାଲିଥିବା ସମୟରେ ବର ଓ ଶାଶୁଘର ଲୋକ ପରୀକ୍ଷାକେନ୍ଦ୍ର ବାହାରେ ଅପେକ୍ଷା କରିଥିଲେ ।
 
ନୀତୁ ଶର୍ମାଙ୍କ ବିବାହ ଗତ ମେ ୯ ତାରିଖରେ କଞ୍ଚନପୁର ନିବାସୀ ରାହୁଲ ଶର୍ମାଙ୍କ ସହ ହୋଇଥିଲା । ଗତ ବୁଧବାର ସକାଳେ କନ୍ୟାବିଦା ହୋଇ ସିଧା ପହଞ୍ଚିଥିଲା ପରୀକ୍ଷାକେନ୍ଦ୍ର । ନୀତୁ କହିଛନ୍ତି କି ପରୀକ୍ଷା ପାଇଁ ସେ ପୂର୍ବରୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ରାଜି କରାଇ ଦେଇଥିଲେ । ତେଣୁ ବିଦା ହୋଇ ଆସିଲା ପରେ ଆମେ ପ୍ରଥମେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲୁ ଓ ମୁଁ ମୋ ଶେଷବର୍ଷର ରାଜନୈତିକ ବିଜ୍ଞାନ ପରୀକ୍ଷା ଦେଇଥିଲି ।
 
ରାଜକୀୟ ମହିଳା କଲେଜ୍‌ର ଅଧ୍ୟକ୍ଷ ଡାକ୍ଟର ଏସ୍‌ଏନ୍‌ ମୀଣା କହିଛନ୍ତି କି ସକାଳ ୭ଟାରେ ପରୀକ୍ଷା ଥିଲା । ବୋହୁ ବେଶରେ ସଜବାଜ ହୋଇ ପରୀକ୍ଷା ଦେବାକୁ ଆସିଥିବା ନୀତୁଙ୍କୁ ସମସ୍ତେ ଚାହିଁ ରହିଥିଲେ । ପରୀକ୍ଷା ଶେଷ ହେବା ପରେ ନୀତୁ କଲେଜ୍‌ରୁ ଶାଶୁଘରକୁ ବିଦା ହେଲେ । ସେ ଓ ତାଙ୍କ ପରିବାର ଅନ୍ୟ ଝିଅମାନଙ୍କ ପାଇଁ ଉଦାହରଣ ।
  • Tags:

Subscribe

National International State Sports Entertainment