ମୁସ୍‌ଲିମ୍‌ ମହିଳାଙ୍କୁ ମିଳିପାରେ ନ୍ୟାୟ, ସୁପ୍ରିମକୋର୍ଟରେ ତିନ୍‌ ତଲାକ୍‌ ମାମଲାର ଶୁଣାଣୀ ଆରମ୍ଭ
Khabar Odisha:triple-talaq-hearing-in-supreme-court
ନୂଆଦିଲ୍ଲୀ,ମେ ୧୧(ଖବର ଓଡିଶା): ତିନି ତଲାକ୍‌ ମାମଲାରେ ସୁପ୍ରିମକୋର୍ଟ ଶୁଣାଣୀ ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କୁ ବହୁଗୁଡିଏ ପିଟିଶନ ଏହି ତିନି ତଲାକ୍‌ ବିରୁଦ୍ଧରେ ମିଳିଛି । ଏହାଛଡା ବହୁବିବାହ ଓ ନିକାହ ହଲାଲ ମାମଲାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇପାରେ ଆଜି । କେନ୍ଦ୍ର ସରକାର ଆଗରୁ ତିନି ତଲାକ୍‌ ବିରୁଦ୍ଧରେ ନିଜର ପକ୍ଷ କୋର୍ଟରେ ରଖି ସାରିଛନ୍ତି । ମୁସ୍‌ଲିମ୍‌ ପର୍ସନାଲ ଆଇନ ଏହାକୁ ଧର୍ମ ଶରିୟତ ସହ ଜଡିତ ମାମଲା ବୋଲି କହି ଏହାକୁ ଅଦାଲତ କି କୋର୍ଟକୁ ନେବା କଥା ନୁହଁ ବୋଲି ଜଣାଇଛି।
 
ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ତିନି ତଲାକ୍‌ ଧର୍ମର ମୂଳ ଅଂଶ, ଏହି କଥାର ଯାଞ୍ଚ କରାଯିବ । ଏହା ମହିଳାଙ୍କ ଅଧିକାର ଓ ସମ୍ମାନର କଥା ତେଣୁ ତାଙ୍କ ପ୍ରତି ଅନ୍ୟାୟ କରାଯିବ ନାହିଁ । ସୁପ୍ରିମକୋର୍ଟ ଗତ ଶୁଣାଣୀରେ ସବୁ ପକ୍ଷର ରାୟ ମାଗିଥିଲେ । ସୁପ୍ରିମକୋର୍ଟ ଆଗରୁ ହିଁ କହିଛନ୍ତି କି ତିନି ତଲାକ୍‌,ନିକାହ ହଲାଲ ଓ ବହୁବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାମାନଙ୍କର ଶୁଣାଣୀ ସେ କରିବେ ।
 
ଆଗରୁ ଇଲ୍‌ହାବାଦ ହାଇକୋର୍ଟ ତିନି ତଲାକ୍‌କୁ ଅସାମ୍ବିଧାନିକ ବୋଲି କହିସାରିଛନ୍ତି । ଏହି ମାମଲାର ଶୁଣାଣୀ ଆହୁରି ମହତ୍ୱପୂର୍ଣ୍ଣ ହୋଇ ଯାଇଛି କାରଣ ଇଲ୍‌ହାବାଦ ଉଚ୍ଚ ନ୍ୟାୟାଳୟ ଏପ୍ରିଲ ଅନ୍ତିମ ସପ୍ତାହରେ ଏକ ଶୁଣାଣୀରେ ତିନ୍‌ ତଲାକ୍‌ ପ୍ରଥାକୁ ଏକତରଫା ଓ ଆଇନ ଦୃଷ୍ଟିରେ ଖରାପ ବୋଲି କହିସାରିଛନ୍ତି ।
 
  • Tags:

Subscribe

National International State Sports Entertainment