ସ୍ୱାମୀଙ୍କ ଚିକିତ୍ସା ପାଇଁ ନବଜାତ ପୁତ୍ରକୁ ୭୬୦୦ ଟଙ୍କାରେ ବିକିଲେ ମହିଳା
Khabar Odisha:tribal-mother-sell-new-born-to-treat-ailing-husband
ତ୍ରିପୁରା,ଏପ୍ରିଲ ୨୧(ଖବର ଓଡିଶା): ତ୍ରିପୁରାରେ ଜଣେ ଆଦିବାସୀ ମହିଳା ନିଜ ନବଜାତ ପୁଅକୁ ବିକି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଉକ୍ତ ମହିଳା ଜଣକ ସ୍ୱାମୀଙ୍କ ଚିକିତ୍ସା କରିବା ପାଇଁ ପୁଅକୁ ବିକି ଦେଇଛନ୍ତି । ଚିକିତ୍ସାରେ ଟଙ୍କାର ଅଭାବ ହେବାରୁ ମହିଳା ଜଣକ ଏପରି କରିଛନ୍ତି । ଏହି ରାଜ୍ୟରେ ୬୫୦ ଟଙ୍କାରେ ଏକ କନ୍ୟା ସନ୍ତାନକୁ ବିକ୍ରି କରିଥିବା ଘଟଣା ଗତ ବର୍ଷ ସେପ୍ଟେମ୍ବର ମାସରେ ଜଣାପଡିଥିଲା ।
 
ଗଣମାଧ୍ୟମ ଅନୁସାରେ ଏହି ଘଟଣା ତ୍ରିପୁରାର ତାଲିମୁରା ଥାନା ରଙ୍ଗୀୟା ତିଲା ଗ୍ରାମରେ ଘଟିଛି । ଆଦିବାସୀ ମହିଳା ଦିନାମାଲା ଦେବବର୍ମାଙ୍କ ସ୍ୱାମୀ ଉଷା ରଞ୍ଜନ ଦେବବର୍ମା ଜଣେ ଶ୍ରମିକ । ଉଷା ରଞ୍ଜନ ଦେବବର୍ମା ଦୀର୍ଘଦିନ ହେବା ରୋଗଗ୍ରସ୍ତ ଥିଲେ । ମହିଳାଙ୍କ ସମ୍ମୁଖରେ ପରିବାର ପାଳନର ସଙ୍କଟ ଘନେଇ ଥିଲା । ସ୍ୱାମୀଙ୍କ ଚିକିତ୍ସା ସହ ନବଜାତ ଶିଶୁର ଲାଳନପାଳନ ଦାୟିତ୍ୱ ଥିଲା ଦିନାମାଲାଙ୍କ ଉପରେ । ତେଣୁ ସେ ୭୬୦୦ ଟଙ୍କାରେ ପୁଅକୁ ବିକ୍ରି କରିବା ରାସ୍ତା ବାଛିଥିଲେ ।
 
ଏହି ପରିବାରରେ ଆଗରୁ ୩ଟି ପୁତ୍ର ସନ୍ତାନ ଅଛନ୍ତି । ଦିନମାଲା ଗତ ୧୭ ଏପ୍ରିଲରେ ଚତୁର୍ଥ ପୁତ୍ରକୁ ଜନ୍ମ ଦେଇଥିଲେ । ତାଙ୍କ ପଡୋଶୀ ପୁଅକୁ ବିକ୍ରି କରି ଟଙ୍କା ନେବାର ଉପାୟ ତାଙ୍କୁ ବତାଇଥିଲେ । ପୁତ୍ର ସନ୍ତାନକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ । ପୋଲିସ ଓ ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛି ।
  • Tags:

Subscribe

National International State Sports Entertainment