ଗାଈଙ୍କୁ ବଞ୍ଚାଉଛି ସରକାର କିନ୍ତୁ ମହିଳାଙ୍କ ଉପରେ ହେଉଛି ଅତ୍ୟାଚାର : ଜୟା ବଚ୍ଚନ
Khabar Odisha:jaya-bacchan-rajyasabha-women-security
ନୂଆଦିଲ୍ଲୀ,ଏପ୍ରିଲ୧୨(ଖବର ଓଡିଶା): ରାଜ୍ୟସଭା ସଂସଦରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାର ପ୍ରସଙ୍ଗ ଉଠିଥିଲା । ଏହି ପ୍ରସଙ୍ଗକୁ ନେଇ ବହୁ ତୁମ୍ବି ତୋଫାନ, ଯୁକ୍ତିତର୍କ ଓ ହଟ୍ଟଗୋଳ ମଧ୍ୟ ସଂସଦରେ ହୋଇଥିଲା । ଏହି ସମୟରେ ସାଂସଦ ଜୟା ବଚ୍ଚନ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଉତ୍ତେଜିତ ହୋଇଥିବାର ଦେଖା ଯାଇଥିଲା ।
 
ସାଂସଦ ଜୟା ବଚ୍ଚନ ସଂସଦରେ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମହିଳାଙ୍କ ସୁରକ୍ଷା ପାଇଁ କିଛି ବଡ ପଦକ୍ଷେପ ନିଅନ୍ତୁ । ଆପଣ ଗାଇମାନଙ୍କୁ ସୁରକ୍ଷା ଦେବା ପାଇଁ ବଡ ବଡ ପଦକ୍ଷେପ ନେଉଛନ୍ତି । ମାତ୍ର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମୁନାହିଁ କି ସେମାନଙ୍କ ପାଇଁ କିଛି କରାଯାଉନି। 
 
ଜୟା ବଚ୍ଚନଙ୍କ ଏହି ବୟାନକୁ ସଂସଦରେ ସମସ୍ତେ ସ୍ୱାଗତ କରିଛନ୍ତି । ବହୁ ସଂସଦ ଟେବୁଲ୍‌ ବାଡେଇ ତାଙ୍କ କଥାକୁ ସମର୍ଥନ କରିଥିଲେ । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ କିଛି ବଡ ପଦକ୍ଷେପ ନେବାର ସମୟ ଆସିଛି। ଗାଇଙ୍କୁ ବଞ୍ଚାଇବା ସହ ମହିଳାଙ୍କୁ ମଧ୍ୟ ବଞ୍ଚାନ୍ତୁ ।
  • Tags:

Subscribe

National International State Sports Entertainment