ନିର୍ଭୟାଙ୍କ ମା’ଙ୍କୁ ପୂର୍ବ ମହିଳା ପୋଲିସ୍‌ କହିଲେ ହାଁ ହମ୍‌ନେ କର୍‌ ଦିଖାୟା.....
Khabar Odisha:X-Women-Police-Said-We-Win-To-Nirbhaya-Mother
ନୂଆଦିଲ୍ଲୀ, ମେ ୬(ଖବର ଓଡିଶା): ଗତ ୨୦୧୨ ଦିଲ୍ଲୀ ଗଣଧର୍ଷଣରେ ସ୍ତବ୍ଧ ହୋଇପଡିଥିଲା ଭାରତ । ସେ ସମୟରେ ଦକ୍ଷିଣ ଦିଲ୍ଲୀର ଡିସିପି ଥିଲେ ଛାୟା ଶର୍ମା । ଗତ ଶୁକ୍ରବାର ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ଦଣ୍ଡ ଶୁଣାଇବା ସମୟରେ ଛାୟା ଉପସ୍ଥିତ ଥିଲେ । କୋର୍ଟ ନିଷ୍ପତ୍ତି ଶୁଣାଇବା ପରେ ଲୋକମାନେ ତାଳି ମାରି ଏହାକୁ ସ୍ୱାଗତ କରିଥିଲେ । ତାଳି ଶବ୍ଦ ଓ ଆନନ୍ଦ ମଧ୍ୟରେ ଛାୟା ନିର୍ଭୟାଙ୍କ ମାଙ୍କୁ କହିଥିଲେ ହଁ... ଆମେ କରି କି ଦେଖାଇଲେ ।
 
ଛାୟା ଶର୍ମାଙ୍କ ଏବେ ମିଜୋରମ୍‌ ଠାରେ ହ୍ୟୁମାନ୍‌ ରାଇଟ୍ସ କମିଶନ ଭାବରେ ନିଯୁକ୍ତି । ଦିଲ୍ଲୀରୁ ବାହାରି ମଧ୍ୟ ସେ ନିର୍ଭୟାଙ୍କ ପରିବାରବର୍ଗଙ୍କ ସମ୍ପର୍କରେ ବରାବର ଥିଲେ। ୧୦୦ ରୁ ଅଧିକ ପୋଲିସ ଅଧିକାରୀ ଏହି ମାମଲାରେ କାର୍ୟ୍ୟରତ ଥିଲେ । ଚଳନ୍ତା ବସ୍‌ରେ ଏହି ଗଣଧର୍ଷଣ ଘଟଣା ଘଟିବାର ୭୨ ଘଣ୍ଟା ପରେ ହିଁ ୩୭୦ଟି ବସ୍‌ର ତାଲିକା ବାହାର କରିଥିଲେ ପୋଲିସ୍‌ । ଯାହାଫଳରେ ଆରୋପୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ପାରିଥିଲା ।
 
ଛାୟା ଶର୍ମା କହିଥିଲେ ମୁଁ ନିଜେ ଗୋଟେ ଝିଅର ମା । ଏହି ଘଟଣା ମୋତେ ସ୍ତବ୍ଧ କରି ଦେଇଥିଲା । କିନ୍ତୁ କୋର୍ଟଙ୍କ ନ୍ୟାୟ ପରେ ଟିକିଏ ଆଶ୍ୱସ୍ତି ଲାଗୁଛି । ନିର୍ଭୟାଙ୍କ ପରିବାର ଧୈର୍ୟ୍ୟ ଓ ବିଶ୍ୱାସ ନହରାଇ ଯେପରି ଲଢ଼ିଛନ୍ତି ତାହା ଉଦାହରଣ ନିଶ୍ଚୟ । ଡେରି ହେଲେ ମଧ୍ୟ ଏବେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ବୋଲି କୁହାଯାଇପାରେ । କିନ୍ତୁ ଅଭିଯୁକ୍ତଙ୍କୁ ଫାଶୀ ହେବା ଯେ ନିର୍ଭୟାଙ୍କୁ ହୋଇଥିବା କଷ୍ଟର ଲାଘବ ପରିବ ତାହା ଭୁଲ୍‌ । ଦେଶରେ ଯେପରି ଆଉ ନିର୍ଭୟା ସୃଷ୍ଟି ନହୁଅନ୍ତି ସେଥିପ୍ରତି ସରକାର ଧ୍ୟାନ ଦେବା ଦରକାର ।
 
  • Tags:

Subscribe

National International State Sports Entertainment