ହୋଟେଲରେ ମହିଳା ଓ ଶିଶୁ ମାଗଣାରେ ବ୍ୟବହାର କରିପାରିବେ ଶୌଚାଳୟ
Khabar Odisha:Women-and-children-can-pee-at-any-hotels-for-free-in-South-Delhi
ନୂଆଦିଲ୍ଲୀ, ଏପ୍ରିଲ ୩୦(ଖବର ଓଡ଼ିଶା): ମହିଳା ଓ ଶିଶୁ ଏଣିକି ଦକ୍ଷିଣ ଦିଲ୍ଲୀରେ ଥିବା ରେଷ୍ଟୁରାଣ୍ଟ ଓ ହୋଟେଲରେ ଥିବା ଶୌଚାଳୟ ଓ ମୁହଁ ଧୋଇବା ଘରକୁ ମାଗଣାରେ ବ୍ୟବହାର କରିପାରିବେ । ସର୍ବସାଧାରଣ ସ୍ଥାନରେ ଶୌଚାଳୟ ଓ ମୁହଁଧୋଇବା ଘର ସମସ୍ୟା ଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁନିସିପାଲ କର୍ପୋରେସନ୍ । ସୋମବାରଠାରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ ବୋଲି ଜଣାପଡ଼ିଛି । ଗତ ଫେବୃଆରୀ ୧ରୁ ଆରମ୍ଭ ହେବାକୁ ଥିବା ଏହି ନୂଆଁ କାର୍ଯ୍ୟକ୍ରମ ଦିଲ୍ଲୀ ମୁନିସିପାଲ କର୍ପୋରେସନ୍‌ ନିର୍ବାଚନ ଯୋଗୁଁ ବିଳମ୍ବ ଦେଖାଯାଇଛି ।
 
ମହିଳାଙ୍କୁ ସମ୍ମାନ ଦେଇ ଦିଲ୍ଲୀ ମୁନିସିପାଲ କର୍ପୋରେସନ୍ ତରଫରୁ ନିଆଯାଇଥିବା ପଦକ୍ଷେପକୁ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓ ଅଲ ଇଣ୍ଡିଆ ହୋଟେଲ ଆସୋସିଏସନ୍ ସ୍ୱାଗତ କରିଛି । ଉଭୟ ସଙ୍ଗଠନ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ପାଇଁ ଆମକୁ ଏକାଠି ହେବାକୁ ହେବ । ଆରମ୍ଭରୁ ଦକ୍ଷିଣ ଦିଲ୍ଲୀରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ୍‌ ରେ ସମସ୍ତଙ୍କୁ ମାଗଣାରେ ଶୌଚାଳୟ ଓ ମୁହଁଧୋଇବା ଘର ବ୍ୟବହାର କରିବାକୁ ଦିଲ୍ଲୀ ମୁନିସିପାଲ କର୍ପୋରେସନ୍ ପ୍ରସ୍ତାବ ଦେଇଥିଲା । କିନ୍ତୁ ରେଷ୍ଟୁରା ଆସୋସିଏସନ୍ ଅଫ୍ ଇଣ୍ଡିଆ ଓ ଅଲ ଇଣ୍ଡିଆ ହୋଟେଲ ଆସୋସିଏସନ୍ ମହିଳା ଓ ଶିଶୁଙ୍କୁ ମାଗଣାରେ ଶୌଚାଳୟ ଓ ଗାଧୋଇବା ଘର ବ୍ୟବହାରକୁ ରାଜି ହୋଇଥିଲା ।
 
ରେଷ୍ଟୁରା ଆସୋସିଏସନ୍ ଅଫ୍ ଇଣ୍ଡିଆ ସଭାପତି ରିୟାଜ ଅମଲାନୀ କହିଛନ୍ତି, ମହିଳାଙ୍କ ସମ୍ମାନ ପାଇଁ ଆମେ ଛିଡା ହୋଇଛୁ । ବଜାରରେ ଆବଶ୍ୟକ ପରିମାଣରେ ଶୌଚାଳୟର ଅଭାବ ଥିବାରୁ ମହିଳାମାନଙ୍କୁ ବଡ ସମସ୍ୟା ହେଉଛି । ଦକ୍ଷିଣ ଦିଲ୍ଲୀରେ ପାଖାପାଖି ୩୫,୦୦୦ ହୋଟେଲ ଓ ରେଷ୍ଟୁରା ଅଛି । ଅମଲାନୀ କହିଛନ୍ତି ବିନା ଅସ୍ତ୍ରରେ ମହିଳା ଶୌଚାଳୟରେ ପ୍ରବେଶ କରିପାରିବେ । ରାତ୍ରି ସମୟରେ ମହିଳାମାନଙ୍କ ପାଇଁ ଶୌଚାଳୟ ଖାଲି ଅଛି ନା ନାହିଁ ସେଥିପାଇଁ ହୋଟେଲ ଓ ରେଷ୍ଟୁରା ମାଲିକଙ୍କ ପରାମର୍ଶ ନେବାକୁ ପଡ଼ିବ ।
  • Tags:

Subscribe

National International State Sports Entertainment