ଓଡିଆ ପ୍ରତିଭା ଚମକିଛି ମାୟାନଗରୀରେ, ‘ମିସ୍‌ ମୁମ୍ବାଇ ଡିଭା’ ହେଲେ ଓଡିଶା ଝିଅ ମୃଣାଳିନୀ
Khabar Odisha:Odia-Daughter-Mrunalini-Have-Miss-Mumbai-Diva-Crown
ପୁରୀ,ମେ୪(ଖବର ଓଡିଶା): ପୁରୀ ଅସ୍ତରଙ୍ଗର ଝିଅ ମୃଣାଳିନୀ ସେନାପତି ନିଜ ଚମକ୍‌ ଦେଖାଇଛନ୍ତି ମାୟାନଗରୀ ମୁମ୍ବାଇରେ । ମୃଣାଳିନୀ ନିଜ ଦକ୍ଷତା,ପରିଶ୍ରମ ବଳରେ ହୋଇ ପାରିଛନ୍ତି ମିସ୍‌ ମୁମ୍ବାଇ ଡିଭା ।  ଓଡିଶାର ନାଁକୁ ମୁମ୍ବାଇ ଭଳି ସହରରେ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି ମୃଣାଳିନୀ । ପିଲାଦିନରୁ କିନ୍ତୁ ଡାକ୍ତର ହେବାର ଇଛା ରଖିଥିଲେ ମୃଣାଳିନୀ । ମାତ୍ର ସିନେମା ଓ ଟିଭିର କଳାକାରମାନଙ୍କୁ ଦେଖି ମଡେଲିଂ ଓ ଗ୍ଲାମର୍‌ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ ସେ । ମିସ୍‌ ଓଡିଶା ପ୍ରତିଯୋଗୀତାରୁ ନିଜ ମଡେଲିଂ କ୍ୟାରିଅର୍‌ ଆରମ୍ଭ କରିଥିଲେ ମୃଣାଳିନୀ । ସେ ବିଭିନ୍ନ ଘାତ ପ୍ରତିଘାତ ଦେଇ,ନିଜ ପରିଶ୍ରମ ବଳରେ ମୁମ୍ବାଇରେ ପହଞ୍ଚି ସଫଳତାକୁ ହାତେଇବାରେ ସଫଳ ହୋଇଛନ୍ତି ।
 
ମିସ୍‌ ମୁମ୍ବାଇ ଡିଭା ପ୍ରତିଯୋଗୀତାରେ ବିଚାରପତିମାନଙ୍କ ପ୍ରଶ୍ନର ବିଚକ୍ଷଣ ଉତ୍ତର ଦେଇ ସମସ୍ତଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥିଲେ ମୃଣାଳିନୀ । ବିଚାରପତି ଆସୀମ୍‌ ମର୍‌ଚାଣ୍ଟ ତାଙ୍କ ପ୍ରତିଭାକୁ ଦେଖି ମୁମ୍ବାଇରେ ଆସି କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୃଣାଳିନୀଙ୍କୁ ବଲିଉଡ୍‌ର ୟଶ୍‌ରାଜ୍‌ ବ୍ୟାନର୍‌ ଫିଲ୍ମ ଟାଇଗର୍‌ ଅଭି ଜିନ୍ଦା ହେର ସେକେଣ୍ଡ ଲିଡ୍‌ ଚରିତ୍ର ପାଇଁ ଅଡିଶନ୍‌ ଦେବାକୁ ମଧ୍ୟ ଡକାଯାଇଛି । ଯଦି ମୃଣାଳିନୀଙ୍କୁ ଏଥିରେ ଚୟନ କରାଯାଏ ତେବେ ସେ ଓଡିଶାର ପ୍ରଥମ ଝିଅ ହେବେ ଯେ ସଲ୍‌ମାନଙ୍କ ବିପକ୍ଷରେ ନାୟିକା ସାଜିବେ ।
 
ମିସ୍‌ ମୁମ୍ବାଇ ଡିଭା କ୍ରାଉନ୍‌ ପିନ୍ଧି ସାରିବା ପରେ ମୃଣାଳିନୀ କହିଛନ୍ତି ସଫଳତାର ଶ୍ରେୟ କେବଳ ମୋ ବାପା,ମା ଓ ଭଉଣୀଙ୍କର । ଭଗବାନ ମୋତେ ମୋ କଷ୍ଟର ଫଳ ଦେଇଛନ୍ତି । ମୁମ୍ବାଇ ଯାଇ ମଡେଲିଂ ଦୁନିଆରେ କାମ କରିବାକୁ ବାହାରିଲା ବେଳେ ବହୁ ଲୋକ ଥଟ୍ଟା କରିଥିଲେ । ମାତ୍ର ସେମାନେ ବି ଆଜି ମୋ ପାଇଁ ଗର୍ବିତ ବୋଲି କହିଛନ୍ତି ମୃଣାଳିନୀ । ଆହୁରି ମଧ୍ୟ ମୃଣାଳିନୀ କହିଛନ୍ତି ମୋ ଜୀବନରେ ମୁଁ ବହୁତ ପରାଜୟ ଦେଖିଛି, କିନ୍ତୁ କେବେ ଭାଙ୍ଗି ପଡିନି । ବହୁତ ପରିଶ୍ରମ କରିଛି  ଓ ଆଜି ତାରି ଫଳ ପାଇଲି । ତେଣୁ ସମସ୍ତେ ନିଜ ଲକ୍ଷ୍ୟକୁ ଆଖି ଆଗରେ ରଖି ଦୃଢ଼ ପରିଶ୍ରମ କରିବା ଦରକାର । ଓଡିଶାରେ ବହୁ ପ୍ରତିଭା ଅଛି ଖାଲି ତାହାକୁ ପରଖିବାର ଅଛି । ଓଡିଶା ପାଇଁ କିଛି କରିବାର ଲକ୍ଷ୍ୟ ରଖିଛନ୍ତି ମିସ୍‌ ମୁମ୍ବାଇ ଡିଭା ମୃଣାଳିନୀ ।
 
 
  • Tags:

Subscribe

National International State Sports Entertainment