କମ୍ ବୟସର ମା’ଙ୍କ ସଂଖ୍ୟା ବଢୁଛି
Khabar Odisha:Number-of-Minor-mother-increase
ଭୁବନେଶ୍ୱର, ମେ ୬ (ଖବର ଓଡ଼ିଶା) : ଗୋଟିଏ ପଟେ ନାରୀ ସଶକ୍ତିକରଣର କଥା କୁହାଯାଉଥିବା ବେଳେ ଅନ୍ୟପଟେ ୧୫ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କରି ଦିଆଯାଉଛି । କମ୍ ବୟସରେ ବିବାହ କରୁଥିବା ଝିଅମାନେ କମ୍ ବୟସରୁ ମା ହେଉଥିବାରୁ ରକ୍ତଶୂନ୍ୟତା ଓ ଆପରିପକ୍ୱ ଶିଶୁ ପ୍ରସବ ଘଟଣା ବଢୁଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
 
୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ୧୫ ବର୍ଷରୁ କମ୍ ବୟସର ୧୧ ହଜାର ବାଳିକା ମା ହୋଇଛନ୍ତି । ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏ ତଥ୍ୟକୁ ପୁଷ୍ଟି କରାଇଛି । ଏନଏଚ୍ଏଫଏସ୍ ତଥ୍ୟ ଅନୁଯାୟୀ ରାଜ୍ୟରେ ୭.୫ ପ୍ରତିଶତ ମହିଳା ୧୫ରୁ ୧୯ ବର୍ଷ ବୟସରେ ମା ହୋଇଛନ୍ତି । ସବୁଠୁ ଆଗରେ ରହିଛି ମୟୂରଭଞ୍ଜ ଜିଲ୍ଲା । ମୟୂରଭଞ୍ଜ ଜିଲ୍ଲାରେ ୧୬.୧ ପ୍ରତିଶତ କମ୍ ବୟସର ଝିଅଙ୍କ ବିବାହ ହୋଇଥିବା ଜଣାଯାଇଛି । ଦ୍ୱିତୀୟ ସ୍ଥାନରେ ରହିଛି ନୟାଗଡ଼,ତୃତୀୟରେ କେନ୍ଦୁଝରଚତୁର୍ଥରେ ମାଲକାନାଗିରିନୟାଗଡ଼ରେ ୧୫.୯ ପ୍ରତିଶତ କିଶୋରୀଙ୍କ ବିବାହ ହେଉଥିବା ବେଳେ କେନ୍ଦୁଝରରେ ୧୫ ପ୍ରତିଶତଙ୍କ ବିବାହ କମ୍ ବୟସରେ କରାଯାଇଥାଏ । ଯେଉଁ ବୟସରେ ସେମାନେ ସ୍କୁଲ ଯାଇଥାନ୍ତେ ସେହି ବୟସରେ ବିବାହ ହୋଇଯାଇଥିବାରୁ ବିକାଶର ଗଳାରୋଧ ହୁଏ । ରାଜ୍ୟର ମହିଳା ବିକାଶର ଇଏ ହେଉଛି ନଗ୍ନ ସତ୍ୟ । କନ୍ୟା ସନ୍ତାନ ସ୍ଥିତି ଦୃଷ୍ଟିରୁ ନୟାଗଡ଼ ଅବସ୍ଥା ବି ଭଲ ନାହିଁ । କନ୍ୟା ଭ୍ରୃଣ ହତ୍ୟାକୁ ନେଇ ନୟାଗଡ଼ର  ଅପଖ୍ୟାତି ଏବେ ବି ଦୂର ହୋଇପାରିନାହିଁ ।
  • Tags:

Subscribe

National International State Sports Entertainment