ଏପଟେ ସମ୍ବର୍ଦ୍ଧନା, ସେପଟେ ତଂଟି ଚିପା
Khabar Odisha:Neglected-girl-child

ଭୁବନେଶ୍ୱରମେ ୬ (ଖବର ଓଡ଼ିଶା) : ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି । ସବୁଠୁ ଉଦ୍ବେଗଜନକ ସ୍ଥିତି ରହିଛି ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ । ଲିଙ୍ଗଗତ ବୈଷମ୍ୟତା ବଢୁଥିବା ସଭ୍ୟ ସମାଜ ପାଇଁ ଉଦ୍ବେଗର କାରଣ ହୋଇଛି । ଏସବୁ ଜିଲ୍ଲାରେ କନ୍ୟା ସନ୍ତାନକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହୋଇଛି ତିନିବର୍ଷିଆ ବିଜୁ କନ୍ୟାରତ୍ନ ଯୋଜନା । ବର୍ଷେ ବିତିଲାଣି । ଆଉ ୨ ବର୍ଷ ଅଛି ।

କନ୍ୟା ସନ୍ତାନ ଜନ୍ମ ପରେ ଝିଅ ଓ ପିତାମାତାଙ୍କୁ ସମ୍ବର୍ଦ୍ଦନା, ଶିକ୍ଷାନୁଷ୍ଠାନ ନାମଲେଖା, ଅଧାରୁ ପାଠ ନ ଛାଡ଼ିବା ଦିଗରେ ପ୍ରବର୍ତନା ଓ ବିଶେଷ କରି କନ୍ୟା ସନ୍ତାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏହି ଯୋଜନାର  ଲକ୍ଷ୍ୟ ଥିଲା । ୨କୋଟି ଟଙ୍କାର ବଜେଟ ବ୍ୟବସ୍ଥାରେ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ଦିଗହରା ହୋଇଛି । କନ୍ୟା ସନ୍ତାନମାନେ ଏବେ ବି ଉପେକ୍ଷିତ ଓ ଅଲୋଡ଼ା ହୋଇରହିଛନ୍ତି ।

ଅଧାରୁ ପାଠ ଛାଡ଼ିବା କ୍ଷେତ୍ରରେ ଏବେ ବି ଆଗରେ ଅଛନ୍ତି ଝିଅ । କମ୍ ବୟସରୁ ବିବାହ ଓ ଘରୋଇ ହିଂସା ନାରୀ ଜନମର ସାର୍ଥକତାକୁ ନିଃଶେଷ କରି ଦେଇଛି । ନିରକ୍ଷରତା, ଅପପୃଷ୍ଟି, ବାହାର ଦୁନିଆ ସମ୍ପର୍କରେ କମ୍ ସଚେତନତା, ବେରୋଜଗାର ଆଦି ଅନେକ ସୂଚକରେ କନ୍ୟା ଏବେ ବି ଅଲୋଡ଼ା । କନ୍ୟାରତ୍ନ ଯୋଜନା କରି କେବଳ ସମ୍ବର୍ଦ୍ଧନା ଦେଇ ଦେଲେ ହେବନି ଉପଯୁକ୍ତ ଭିତିଭୂମି ମାଧ୍ୟମରେ ସ୍ୱାବଲମ୍ବୀ ଓ ଶୋଷଣରୁ ମୁକ୍ତି ପାଇଁ କାର୍ୟ୍ୟକ୍ରମ ଆବଶ୍ୟକ ।

  • Tags:

Subscribe

National International State Sports Entertainment