ଦୁର୍ବ୍ୟବହାରକୁ ବଢ଼ାଇବାର ଉତ୍ସ ପାଲଟୁଛି ଚଳଚ୍ଚିତ୍ର, ମହିଳାଙ୍କ ଚରିତ୍ରକୁ ଭଲ ଭାବରେ ଦେଖାଅ: ମେନକା
Khabar Odisha:Menaka-Gandhi-blames-movies-for-being-a-medium-of-misbehave-to-woman

ପାଣାଜି,ଏପ୍ରିଲ୦୮(ଖବର ଓଡ଼ିଶା): କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ମହିଳାମାନଙ୍କୁ କରାଯାଉଥିବା ଦୁର୍ବ୍ୟବହାର ଏବଂ ଅପରାଧିକ ଘଟଣା ପାଇଁ  ଚଳଚ୍ଚିତ୍ରଗୁଡ଼ିକ ଦାୟୀ  କରିଛନ୍ତି। ଏହା ସହ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଲୋକମାନଙ୍କୁ ମହିଳାମାନଙ୍କର ଚରିତ୍ରକୁ ଭଲ ଭାବେ ପ୍ରଦର୍ଶନ କରିବାକୁ ଅପିଲ କରିଛନ୍ତି।

ପ୍ରାୟ ସବୁ ଚଳଚ୍ଚିତ୍ରରେ ଝିଅମାନଙ୍କ ଛବିକୁ ଅଲଗା ଭାବେ ଦେଖାଯାଇଥାଏ। ହିନ୍ଦୀ ଫିଲ୍ମ ହେଉ ଅବା ଆଞ୍ଚଳିକ ଫିଲ୍ମ ସବୁଥିରେ ରୋମାନ୍ସରୁ ହିଁ ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାରରୁ ଅାରମ୍ଭ ହୋଇଥାଏ। ଯେଉଁଥିରେ ପୁଅ ଏବଂ ତାର ସାଙ୍ଗମାନେ ଝିଅଟିର ଚାରିପଟେ ଘୁରିବୁଲିଥାନ୍ତି। ଝିଅଟିର ପଛରେ ଯାଆସ ମଧ୍ୟ କରନ୍ତି। ତାଙ୍କୁ ଗାଳି ଦିଅନ୍ତି। ପୁଅଟି ଝିଅକୁ ସ୍ପର୍ଶ ମଧ୍ୟ କରିବା ପରେ ଝିଅଟି ପୁଅଟିର ପ୍ରେମରେ ପଡ଼ିଯାଏ ବୋଲି ସ୍ତ୍ରୀ ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ରଗୁଡ଼ିକ ବିଗତ ୫୦ ବର୍ଷ ଧରି ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇ ଆସିଛି। ମାତ୍ର ଏବେ ଏଥିରେ ମହିଳାଙ୍କ ଯେଭଳି ଭାବରେ କରାଯାଉଛି ତାହା ଦୁର୍ଭାଗ୍ୟଜନକ। ଆଜିକାଲି ଶକ୍ତିହୀନ ପୁରୁଷ ମଧ୍ୟ ନାରୀମାନଙ୍କ ବିରୁଦ୍ଧରେ ହିଂସାତ୍ମକ ହୋଇପଡ଼ୁଛି। ସେ ଶକ୍ତିହୀନ ଭାବେ ନିଜକୁ ମନେ କରିବା ପରେ ଚିତ୍କାର କରିଥାଏ। ଏହା ଫଳରେ ଚାକିରି ନମିଳିବା ପୁଅଟିଏ ମଧ୍ୟ ମହିଳାମାନଙ୍କ ଉପରେ କରାଯାଉଥିବା ହିଂସାର କାରଣ ସାଜିଥାଏ। ଗୋଆରେ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ନିର୍ମାଣରେ ଶାଳୀନତା ରକ୍ଷା କରିବାକୁ ମେନକା ଅପିଲ କରିଥିଲେ।

 

  • Tags:

Subscribe

National International State Sports Entertainment