ପାର୍ବତୀ ନିର୍ଯ୍ୟାତନା ପାଇଁ ପୁଲିସକୁ ଦାୟୀ କଲେ ଜାତୀୟ ମହିଳା କମିଶନ ପ୍ରତିନିଧି
Khabar Odisha:Mahila-Commission-Member-in-Kalikuda
ଭୁବନେଶ୍ୱର, ମେ ୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେବା ପରେ ପାର୍ବତୀ ସାସମଲଙ୍କୁ ମାଡ଼ ଘଟଣାର ଖୋଳତାଡ଼ ପାଇଁ ଜାତୀୟ ମହିଳା କମିଶନ ସଦସ୍ୟା କାଳିକୂଦ ଠାରେ ପାର୍ବତୀଙ୍କୁ ଭେଟି ସବୁ କଥା ବୁଝିଛନ୍ତି । ପ୍ରଥମ ଥର ପାର୍ବତୀଙ୍କ ଉପରେ ମାଡ଼ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲେ ପାର୍ବତୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବାର ଆବଶ୍ୟକତା ପଡ଼ିନଥାନ୍ତା । ପୁଲିସ ରାଜନୈତିକ ନେତାଙ୍କ ହାତ ବାରିସି ସାଜି ଘଟଣାକୁ ଚାପି ଦେଇଛି ବୋଲି ଜାତୀୟ ମହିଳା କମିସନ ସଦସ୍ୟା ସୁଷମା ସାହୁ ନୂଆ ନୂଆ ପୁଲିସକୁ ଦାୟୀ କରିଛନ୍ତି ।
 
କମିସନ ସଦସ୍ୟା କାଳିକୂଦଠାରେ ମତାମତ ସଂଗ୍ରହ କରୁଥିବାବେଳେ ପାର୍ବତୀଙ୍କୁ ମାଡ଼ ମାରିଥିବା ଦାସମଠ ଗାଁର କିଛି ଲୋକ ପହଂଚି ଘଟଣାକୁ ରାଜନୈତିକ ରୂପ ଦିଆଯାଉଥିବା ଅଭିଯୋଗ ଉଠାଇଥିଲେ । ଶ୍ରୀମତି  ସାହୁ ଏଥିରେ ବିରକ୍ତି ପ୍ରକାଶ କରିବା ସହିତ ସେମାନଙ୍କ ଆପତି ଜନକ ମନ୍ତବ୍ୟକୁ ନେଇ ଉପସ୍ଥିତ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
 
ଏସ୍‌ପିଙ୍କ ଉପସ୍ଥିତିରେ ଅଭିଯୁକ୍ତମାନେ କିଭଳି ପଶି ଆସି ପାଟିତୁଣ୍ଡ କରିବାକୁ ସାହସ କରୁଛନ୍ତି ପ୍ରଶ୍ନ କରିଥିଲେ । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇସାରିବା ପରେ ଦାସମଠ ଗାଁର କିଛି  ଲୋକ ପାର୍ବତୀକୁ ମାଡ଼ ମାରିଥିଲେ ।
  • Tags:

Subscribe

National International State Sports Entertainment