ବୟସ ବନାମ ସଫଳତା, ଫୋବ୍ସ ଏସିଆ ’୩୦ ଅଣ୍ଡର ୩୦’ ତାଲିକାରେ ଚମକିଲେ ମହିଳା ଭାରତୀୟ ତାରକା
Khabar Odisha:India-girls-shines-at-Fobes-under-30-achivers-list
ନ୍ୟୁୟର୍କ, ଏପ୍ରିଲ୧୭(ଖବର ଓଡ଼ିଶା): ଏସିଆର ୩୦ ବର୍ଷରୁ କମ୍‌ ବୟସରେ ଚମତ୍କାର ସଫଳତା ହାସଲ କରିଥିବା ତାଲିକା ଜାରିକରିଛି ଫୋବ୍ସ । ତେବେ ଏହାର ୨୦୧୭ ସସ୍କରଣରେ ଭାରତର ୫୩ଜଣଙ୍କ ନାମ ସାମିଲ ରହିଛି। ଯେଉଁଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ, ଜିମ୍ନାଷ୍ଟ ଦୀପା କର୍ମାକର ଏବଂ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲ୍ଲୀକ ପ୍ରଭୃତିଙ୍କ ନାମ ସାମିଲ ରହିଛି।
 
ସୁଚନା ମୁତାବକ, ଫୋର୍ବସ ଜାରି କରିଥିବା ୩୦ ଅଣ୍ଡର ୩୦ଏସିଆ ଲିଷ୍ଟରେ ଚୀନ ସର୍ବଶ୍ରେଷ୍ଠ ସ୍ଥାନରେ ରହିଛି । ଚୀନର ୭୬ ଲୋକ ଏଥିରେ ନିଜର ସ୍ଥାନ ବନାଇଛନ୍ତି । ସେହିଭଳି ଭାରତ ୫୩ ଲୋକଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
 
ଫୋବ୍ସ ତାର ତାଲିକା ୧୦ଟି ବିଭାଗରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟକ୍ତିମାନଙ୍କୁ ନେଇ ଗଠନ କରିଛି। ମନୋରଞ୍ଜନ, ବ୍ୟବସାୟ, ଅର୍ଥ ବ୍ୟବସ୍ଥା, ସାସାଜିକ ସ୍ତର, ପ୍ରଯୁକ୍ତିବଦ୍ୟା, ବୈଞ୍ଚର କ୍ୟାପିଟାଲ ଆଦି କ୍ଷେତ୍ରରୁ ୩୦୦ରୁ ଅଧିକ ଲୋକ ଏଥିରେ ସାମିଲ କରାଯାଇଛି। ତେବେ ଏଠାରେ କହିରଖୁଛୁ ଫୋବ୍ସ ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ୬୦୦ ଲୋକଙ୍କୁ ନେଇ ଏପରି ତାଲିକା ପ୍ରସ୍ତୁତ କରିଥିଲା। ଯେଉଁଥିରେ ମାତ୍ର ୩୦ ଜଣ ସାମିଲ ଥିଲେ।
 
ତାଲିକାରେ ଭାରତ ପାଇଁ ଗୌରବ ଆଣିଥିବା ଦୀପା କର୍ମାକର ପ୍ରଥମ ସ୍ଥାନରେ ନଜର ଆସୁଛନ୍ତି। ଅନୂରୁପ ଭାବେ ଦ୍ୱିତୀୟରେ ସାକ୍ଷି ମଲ୍ଲିକ, ତୃତୀୟରେ ଶ୍ରୀକାନ୍ତ ବୋଲା, ଚତୁର୍ଥରେ ଆଲିଆ ଭଟ୍ଟ ପ୍ରମୁଖ ରହିଛନ୍ତି। 
  • Tags:

Subscribe

National International State Sports Entertainment