ଦିଲ୍ଲୀ: କେ ନର ଡିପୋରୁ ଗ୍ୟାସ ଲିକ୍, ୭୦ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି
Khabar Odisha:Gas-leak-in-Delhi-70-girl-students-hospitalized
ନୂଆଦିଲ୍ଲୀ, ମେ ୦୬ (ଖବର ଓଡ଼ିଶା): ଦିଲ୍ଲୀର ତୁଗଲକାବାଦ୍ରେ ଶନିବାର ଏକ କେ ନର ଡିପୋରୁ ଗ୍ୟାସ୍ ଲିକ୍ ହେବାରୁ ଭୟର ବାତାବରଣ ଦେଖାଯାଇଛି । ଗ୍ୟାସ୍ ଲିକର ସଂସ୍ପର୍ଶରେ ଆସି ରାଣୀ ଝାନସୀ କନ୍ୟା ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ ନିକଟସ୍ଥ ୩ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
 
ଗ୍ୟାସ ଲିକ ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ଫାୟାର ବ୍ରିଗେଡ ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରିଛି । ପୁଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଁଛନ୍ତି । ସେହିଭଳି ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପୁଲିସକୁ ସହାୟକ ହୋଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଗ୍ୟାସ ଲିକ ହେବା ପରେ ଏହା ଚାରି ଦିଗକୁ ହଠାତ ବ୍ୟାପିଥିଲା ଓ ନିକଟରେ ଥିବା ଛାତ୍ରୀମାନେ ଏହାର ସଂସ୍ପର୍ଶରେ ଆସିଥିଲେ ।
  • Tags:

Subscribe

National International State Sports Entertainment