ପାହାଡ଼ି କନ୍ୟାଙ୍କ ବିରଳ ଉଦାହରଣ: ମାଟ୍ରିକ୍ ଡେଇଁଲେ ୧୪ ଡଙ୍ଗରିଆ ଛାତ୍ରୀ
Khabar Odisha:Fourteen-Dongiria-Kandhh-girls-clear-HSE
ରାୟଗଡ଼ା, ମେ ୩ (ଖବର ଓଡ଼ିଶା): ପ୍ରଥମ କରି ଜିଲାର ୧୪ ଜଣ ଆଦିମ ବିପଦ ସଙ୍କୁଳ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟର ଛାତ୍ରୀ ମାଟ୍ରିକ୍ ପାସ୍ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେମାନଙ୍କ ମଧ୍ୟରୁ ୯ଜଣ କେସିଙ୍ଗିପୁର ସ୍ଥିତ କନ୍ସୁର ଏଜୁନେଶନାଲ କଂପ୍ଲେକ୍ସରେ ପଢୁଥିବାବେଳେ ୫ଜଣ ବିଷମକଟକ ଠାରେ ଥିବା  ଆରିଶକାନୀ ଏଜୁନେଶନାଲ କପ୍ଲେକ୍ସର ଛାତ୍ରୀ ହୋଇଥିବା ଜଣାଯାଇଛି ।
 
ମାଓବାଦୀ ଉପଦ୍ରୃତ ଅଂଚଳ ଓ ବାଲ୍ୟବିବାହ ପରମ୍ପରା ଭଳି ଅନେକ ବାଧା ଥିବା ବେଳେ  ସେମାନେ ନିୟମଗିରି ଘାଟି ତଳକୁ ଆସି ଏତେ ବାଟ ଅତିକ୍ରମ କରିଥିବାରୁ ପାହାଡ଼ ଉପରେ ଖୁସିର ମଳୟ ଛୁଇଁଯାଇଛି ।
 
ସୁନା ୱାର୍ଲିକା, ପିଙ୍କି କଣ୍ଡାଗିରି, ମଞ୍ଜୁଳା ପାଲକାମମିତା କାଡ୍ରାକାସୁନୀତା କାଡ୍ରାକାତରୁଣୀ କୁଣ୍ଡାଗିରିସୁବ୍ରମ ଜକେସିକାରଜନୀ ହୁଇକାସୁକାନ୍ତି ୱାଡେକା କନ୍ସୁରୀ ଏଜୁକେଶନ କଂପ୍ଲେକ୍ସର ଛାତ୍ରୀ ହୋଇଥିବା ବେଳେ ରଶ୍ମିତା କଞ୍ଜେକାସୋନାଲି ଜାକେସିକାମଞ୍ଜୁଳା ସିକ୍କାଶାନ୍ତି କାଡ୍ରାଟା ଏବଂ ପଦ୍ମାବତୀ ଜାକେଟିକା  ପ୍ରମୁଖ ୫ ଜଣ ଛାତ୍ରୀ  ବିଷମ କଟକ ଆରିଶକାନୀ ଏଜୁକେଶନାଲ କଂମ୍ପେ୍ଲକ୍ସରେ ରହି ପଢୁଥିଲେ ।
 
ପ୍ରାଥମିକ ଶିକ୍ଷାଠାରୁ ଅଧିକ ଶିକ୍ଷା ପାଇଁ  ପିଲାଙ୍କୁ ପଠେଇଲେ ପରିଣାମ ଭୋଗିବ ବୋଲି ନିୟମ ଗିରିରେ ମାଓନେତାଙ୍କ ଧମକ ଅନେକ ପିଲାଙ୍କୁ ଉଚ୍ଚଶିକ୍ଷାରୁ ଅଟକାଇଥିବା ଗ୍ରାମବାସୀ  କହନ୍ତି । ମାଓବାଦୀଙ୍କ ଧମକ ଓ ୧୨ବର୍ଷ ବୟସରୁ ବିବାହ  ପାଇଁ ସାମାଜିକ ଚାପକୁ ଖ୍ୟାତିର ନକରି ଏହି ସବୁ ଝିଅମାନେ ଆଗକୁ ଆସିଥିବାରୁ ଓ ପ୍ରଥମ କରି ଏତେ ସଂଖ୍ୟାରେ ମାଟ୍ରିକ୍ ପାସ୍ କରିଥିବାରୁ ରାୟଗଡ଼ା ଜିଲାପାଳ ଗୁହା ପୁନମ୍ ତାପସ କୁମାର ଏହା ଏହି ଜନଜାତିର ଅନ୍ୟାନ୍ୟ ଝିଅମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
 
ଲାଞ୍ଜିଆ ସଉରା ସମ୍ପ୍ରଦାୟର ୨୨ଝିଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ସାଉଁଟିଛନ୍ତି । ଗୁଣୁପୁର ବ୍ଲକ୍ ପୁଟ୍ଟା ସିଂ ପଂଚାୟତ କେରବା ଏଜୁକେଶନାଲ କମ୍ପେ୍ଲକ୍ସର ଏହି ଛାତ୍ରୀମାନେ ପାହାଡ଼ି କନ୍ୟାଙ୍କ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତିö
  • Tags:

Subscribe

National International State Sports Entertainment