ଦୁଷ୍କର୍ମ କରି ଯୁବତୀଙ୍କୁ କୁଅରେ ପକାଇଲେ ଦୁର୍ବୃତ୍ତ
Khabar Odisha:After-Rape-Attempt-to-Murder
ସୁବର୍ଣ୍ଣପୁର,ଏପ୍ରିଲ୨୨(ଖବର ଓଡିଶା): ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ଖୁଣ୍ଟାଲାପାଲ୍ଲୀ ଗ୍ରାମରେ ଘଟିଛି ଏକ ଜଘନ୍ୟ କାଣ୍ଡ । ଯୁବତୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ କୁଅରେ ପକାଇଛି ଜଣେ ଯୁବକ । ଦୀର୍ଘ ଦୁଇ ଘଣ୍ଟା ଧରି ପଡ଼ିରହିବା ପରେ ମୁମୂର୍ଷ ଅବସ୍ଥାରେ ଗ୍ରାମବାସୀ କୁଅରୁ ଉଦ୍ଧାର କରିଛନ୍ତି ଯୁବତୀଙ୍କୁ ।
 
ପୋଲିସ ଘଟଣାସ୍ଥଳକୁ ଆସି ପାରିପାର୍ଶ୍ୱିକ ପରିସ୍ଥିତି ଦେଖି ତଦନ୍ତ କରୁଛି । ଦୁଷ୍କର୍ମ ବାବଦରେ ଥାନାରେ ଅଭିଯୋଗ କରାଯାଇଛି । ଉକ୍ତ ଅଭିଯୁକ୍ତ ଯୁବକ ଜଣକ ବର୍ତ୍ତମାନ ସୁଦ୍ଧା ଫେରାର ଅଛି । 
  • Tags:

Subscribe

National International State Sports Entertainment