ବିଜେଡି ଇଙ୍ଗିତରେ ପାରାଦ୍ୱୀପରେ ଚାଲିଛି ଅପରାଧୀଙ୍କ ଆତଙ୍କରାଜ; କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କଲା ଜିଲ୍ଲା କଂଗ୍ରେସ
Khabar Odisha:jagatsinghpur-congress-alligats-bjd-promoting-crime-in-paradeep
ଭୁବନେଶ୍ୱର,ଅଗଷ୍ଟ ୧୦ (ଖବର ଓଡିଶା):

 ପାରାଦ୍ୱୀପ ସହର ଧିରେ ଧିରେ ରାଜ୍ୟର ଏକ ବିଶିଷ୍ଠ ଶିଳ୍ପ ଊଦ୍ୟାନରେ ପରିଣତ ହେବାକୁ ଯାଉଥିବା ବେଳେ ସହରରେ ଅପରାଧର କାୟା ବଢ଼ିବାରେ ଲାଗିଛି । ସହରରେ ବଟି ଆଦାୟ,ଗୁଳିକାଣ୍ଡ ,ବୋମା ମାଡ ଓ ହତ୍ୟା ଭଳି ଅପରାଧ ଖୋଲା ଖୋଲି ଭାବେ ହେଉଥିବା ବେଳେ ପୋଲିସ ଏହାକୁ ରୋକିବାରେ ଅସମର୍ଥ ହୋଇଛି । ତେବେ ଅପରାଧୀଙ୍କ ଏଭଳି କାର୍ଯ୍ୟକଳାପ ଉପରେ ସିଧାସଳଖ ବିଜେଡି ନେତାଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରିଛି  କଂଗ୍ରେସ ।

 ଆଜି ରାଜଧାନୀ ଭୁବନେଶ୍ୱରରେ ଜଗତସିଂପୁର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ପ୍ରମୋଦ ଜେନା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କହିଛନ୍ତି ଯେ ବନ୍ଦର ପ୍ରତିଷ୍ଠା ହେବା ପର ଠାରୁ ପାରାଦ୍ୱୀପରେ ତୈଳ ବିଷୋଧନାଗାର ଓ ଅନ୍ୟାନ୍ୟ କାରଖାନା ପ୍ରତିଷ୍ଠା ହେବାରେ ଲାଗିଛି । ଗୋଟିଏ ପଟେ ସରକାର ହଜାର ହଜାର କୋଟି ନିବେଶ କରୁଥିବା ବେଳେ ଅନ୍ୟ ପଟେ ହତ୍ୟା,ଲୁଣ୍ଠନ ଓ ଦାଦାବଟି ଭଳି ଅପରାଧ ବଢ଼ିବାରେ ଲାଗିଛି  । ସରାକାର ଏହାକୁ ଦମନ କରିବା ବଦଳରେ ପ୍ରଶ୍ରୟ ଦେଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କରେ ବାପୁ ପରିଡା ଓ ତାହାର ଘନିଷ୍ଠ ସହଯୋଗୀଙ୍କୁ ଏସଟିଫ ଟିମ୍ ଗିରଫ କରିବା ପରେ ପାରାଦ୍ୱୀପ ବିଧାୟକ ତଥା ବିଜେଡି ବରିଷ୍ଠ ନେତା ଦାମୋଦର ରାଉତ ବାପୁ କୁ ଖୋଲା ଖୋଲି ଭାବେ ସମର୍ଥନ କରିଥିଲେ । ଏହା  ଅପରାଧରେ ବିଜେଡି ସଂପୃକ୍ତିକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । 

ଗତ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଥିଲେ ମଧ୍ୟ ପାରାଦ୍ୱୀପ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ସହରରେ ଗତ କିଛି ବର୍ଷ ମଧ୍ୟରେ ମୁନା ପତି, ମହେନ୍ଦ୍ର ସ୍ୱାଇଁ ଓ ଦୁର୍ଯ୍ୟୋଧନ ସ୍ୱାଇଁ ଆଦି ହତ୍ୟାକାଣ୍ଡରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥିବା ବେଳେ ମୁନା ପତି ଓ  ଦୁର୍ଯ୍ୟୋଧନ ସ୍ୱାଇଁ ଙ୍କ ହତ୍ୟାକାଣ୍ଡରେ କୌଣସି ଅପରାଧୀଙ୍କୁ ଧରିବାରେ ପୋଲିସ ସମର୍ଥ ହୋଇପାରିନାହିଁ । ତେବେ ଏହି ତିନୋଟି ହତ୍ୟାକାଣ୍ଡରେ ରାଜ୍ୟସରକାର ହାଇକୋର୍ଟଙ୍କ ତତ୍ୱାବଧାନରେ ଗଠିତ ଏସଆଇଟି ଦ୍ୱାରା ତଦନ୍ତ କରାନ୍ତୁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

  • Tags:

Subscribe

National International State Sports Entertainment