ବାରବାଟୀରେ ଫେଡେରେସନ୍ କପ୍ ଆରମ୍ଭ
Khabar Odisha:Federation-Cup-inaugurated
ଭୁବନେଶ୍ୱର, ମଇ ୦୭(ଖବର ଓଡ଼ିଶା): କଟକ ବାରବାଟୀ ଷ୍ଟାଡିୟମରେ ସର୍ବଭାରତୀୟ ଫୁଟବଲ୍ ସଂଙ୍ଘର ଫେଡେରେସନ୍ କପ୍ ରବିବାର ଆରମ୍ଭ ହୋଇଯାଇଛି । ଗ୍ରୁପ୍ ଏ'ର କୋଲକାତାର ଇଷ୍ଟ ବେଙ୍ଗଲ ଉଦଘାଟନୀ ମ୍ୟାଚ୍ରେ ଚର୍ଚ୍ଚିଲ ବ୍ରଦର୍ସକୁ ଭେଟିଛି । ଆଜିର ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇ ସିଟି ଏଫ୍ସି ଓ ଆଇଜ୍ୱଲ ଏଫ୍ସି ମଧ୍ୟରେ ସନ୍ଧ୍ୟାରେ ଖେଳାଯିବ ।
 
ଦୀର୍ଘ ସାତ ବର୍ଷ ପରେ କଟକରେ ଅନୁଷ୍ଠିତ ହୋଇଥିବା ଏହି ଜାତୀୟ ସ୍ତରର ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ ସେମବାର ଗ୍ରୁପ ବି'ର ୨ଟି ମ୍ୟାଚ୍ ଖେଳାଯିବ । ବେଙ୍ଗାଲୁରୁ ଏଫ୍ସି ଓ ସିଲଙ୍ଗ ଲାଜଙ୍ଗ ଏଫ୍ସି ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୨ୟ ମ୍ୟାଚ୍ରେ ମୋହନ ବାଗାନକୁ ଭେଟିବ ଡିଏସ୍କେ ଶିବାଜିଆନ୍ସ । କଟକ ଜିଲ୍ଲାପାଳ ନିର୍ମଳ ମିଶ୍ର ଫେଡେରେସନ୍ କପ୍କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ୍ କରିଥିବାବେଳେ, ସମାରୋହରେ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସଚିବ ସଞ୍ଜୟ ବେହେରା ଓ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ । 

 

  • Tags:

Subscribe

National International State Sports Entertainment