ଦୁବାଇର ବୁର୍ଜ ଅଲ୍‌ ଅରବ୍‌ ହୋଟେଲ୍‌, ଗୋଟିଏ ରାତିର ଭଡା ଦେଢ଼ ଲକ୍ଷ ଟଙ୍କା
Khabar Odisha:powerful-hotel-of-dubai-
ଦୁବାଇ,ମାର୍ଚ୍ଚ-୭(ଖବରଓଡିଶା):  ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ହୋଟେଲ୍‌ ଭାବରେ ପ୍ରସିଦ୍ଧ ଥିବା ବୁର୍ଜ ଅଲ୍‌ ଅରବ ହୋଟେଲ୍‌ର ଫଲୋଅର୍ସଙ୍କ ସଂଖ୍ୟା ଏବେ ବଢ଼ି ଯାଇଛି । ଇଂଷ୍ଟାଗ୍ରାମ୍‌ରେ ବୁର୍ଜ ଅଲ୍‌ ଅରବର ୫ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଛନ୍ତି । ଦୁନିଆର କୌଣସି ହୋଟେଲ୍‌ର ଏତେମାତ୍ରାରେ ଫଲୋଅର୍ସ ନାହାନ୍ତି । ଏହି ୭ ତାରକା ବିଶିଷ୍ଟ ହୋଟେଲ୍‌ରେ ସାଧାରଣ ରୁମ୍‌ରେ ଏକ ରାତି ପାଇଁ ଦେବାକୁ ପଡେ ୮୧ ହଜାର ଟଙ୍କା ଓ ଅତ୍ୟଧିକ ବିଳାସବ୍ୟସନ ରୁମ୍‌ ପାଇଁ ଦେବାକୁ ହୁଏ ଦେଢ଼ ଲକ୍ଷ ଟଙ୍କା।
 
ଏହି ବିଳାସପୂର୍ଣ୍ଣ ହୋଟେଲ୍‌ର ନିଜସ୍ୱ ହେଲିପ୍ୟାଡ୍ ଅଛି । ଏହା ସହ ପ୍ରତି ରୁମ୍‌ରେ ସୁନ୍ଦର କାରୁକାର୍ଯ୍ୟ ସହ ସୁନା ପ୍ଲେଟେଡ୍‌ ଆଇପେଡ୍‌ ରଖା ଯାଇଛି । ହୋଟେଲର ପ୍ରବେଶ ପଥ ଗେଟ୍‌ ଅତିଶୟ ସୁନ୍ଦର ହେବା ସହ ୫୯୦ ଫୁଟ୍‌ ଉଚ୍ଚ । ଯାହା ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍‌ ଲିର୍ବଟି ଠାରୁ ବଡ । ସୁନ୍ଦର ରୁମ୍‌ ସହ ଏଠାରେ ମାଲିସ୍‌, ସ୍ପା ଓ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସୁବିଧା ଅଛି । ଏହି ହୋଟେଲ୍‌ରେ ୨୦୦ରୁ ଅଧିକ ଷ୍ଟାଫ୍‌ ଥିବା ସହ ୧୦ଟି ରେଷ୍ଟୋରେଣ୍ଟ ମଧ୍ୟ ଅଛି । 
 
ହୋଟେଲ୍‌ର ସାଧାରଣ ଦିନରେ ସାଧାରଣ ରୁମ୍‌ର ଭଡା ହେଲା ୮୧ ହଜାର । ରୟାଲ୍‌ ଓ ଅତ୍ୟଧିକ ବିଳାସପୂର୍ଣ୍ଣ ରୁମ୍‌ ପାଇଁ ଦେଢ଼ ଲକ୍ଷ ଟଙ୍କା ଭଡା ଦେବାକୁ ପଡିଥାଏ। ହୋଟେଲ୍‌ର ଦୁଇଟି ଫ୍ଲୋର୍‌ରେ ୨୦୨ ଡୁପ୍ଲେକ୍ସ ରୁମ୍‌ ଅଛି । ଯାହାର କାର୍‌ପେଟ୍‌ଠୁ ନେଇ ଜିନିଷପତ୍ର ମଧ୍ୟ ରାଜକୀୟ । ହୋଟେଲ୍‌ର ପ୍ରତିଟି ରୁମ୍‌ ୮୩୯୫ ସ୍କୋୟାର୍‌ ଫୁଟ୍‌ରେ ଅବସ୍ଥିତ । ପ୍ରତି ରୁମ୍‌ରେ ଲାଇବ୍ରେରୀ, ସିନେମା ରୁମ୍‌ ଓ ଦୁଇଟି ମାଷ୍ଟର ବେଡ୍‌ରୁମ୍‌ ସହ ଅନ୍ୟାନ୍ୟ ବିଳାସ ବୈସନ୍ୟ ସାମଗ୍ରୀମାନ ଅଛି । ବହୁ ସେଲିବ୍ରିଟି ଏଠାକୁ ଛୁଟି କଟାଇବା ପାଇଁ ଆସିଥାନ୍ତି ।
 
 
 
  • Tags:

Subscribe

National International State Sports Entertainment