ମୃତ୍ୟୁ ପରେ ମୋ ଝିଅ ଏବଂ ପୁଅଙ୍କ ମଧ୍ୟରେ ମୋ ସମ୍ପତ୍ତି ସମାନ ଭାବେ ବଣ୍ଟାଯିବ: ବିଗ୍‌ ବି
Khabar Odisha:The-assets-will-be-divided-between-my-daughter-and-son-equally-Big-B
ମୁମ୍ୱାଇ, ମାର୍ଚ୍ଚ୨(ଖବର ଓଡ଼ିଶା): ସୋସିଆଲ ମିଡ଼ିଆରେ ବିଗ୍‌ ବି ଅମିତାଭ ବଚ୍ଚନ(୭୪)  ଲିଙ୍ଗଗତ ସମାନତାକୁ ସମର୍ଥନ କରିବା ପାଇଁ ଆଗକୁ ଆସିଛନ୍ତି। ସେ ନିଜ ଜୀବନକାଳରେ କମାଇଥିବା ସମ୍ପତ୍ତିକୁ ବାଣ୍ଟିବାକୁ ନେଇ ଏକ ଘୋଷଣା ମଧ୍ୟ କରିଛନ୍ତି। ଅମିତାଭ ନିଜ ଟ୍ୱିଟର ପୃଷ୍ଟାରେ ଏନେଇ ପ୍ଲେକାର୍ଡ଼ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ସେ ତାଙ୍କର ମୃତ୍ୟୁ ପରେ ସମସ୍ତ ଅର୍ଜିତ ସମ୍ପତ୍ତିକୁ ନିଜ ଝିଅ ଏବଂ ପୁଅ ମଧ୍ୟରେ ସମାନ ଭାବେ ବାଣ୍ଟିବା ନେଇ ଉଲ୍ଲେଖ କରିଛନ୍ତି। ତେବେ ବିଗ୍‌ ବି ଲିଙ୍ଗଗତ ପ୍ରଭେଦକୁ ଦୂରେଇବା ପାଇଁ ଏପରି କରିଥିବା ସୂଚନା ମଧ୍ୟ ଦେଇଛନ୍ତି।
 
ବୁଧବାର ବିଳମ୍ୱିତ ରାତ୍ରୀ ପ୍ରାୟ ୨.୦୭ ମିନିଟ୍‌ରେ ଅମିତାଭ ଏନେଇ ଏକ ପୋଷ୍ଟ କରିଛନ୍ତି। ଏହା ସହ ସେ ଆମେ ସମସ୍ତେ ସମାନ, ଜାତିଗତ ପ୍ରଭେଦ ଶେଷହେବା ଦରକାର, ଫଟୋ ସବୁ କହିଦିଏଏପରି ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଏହା ତାଙ୍କ ଫଲୋଅରଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।
 
ଗତବର୍ଷ ବିଗ୍‌ ବି ନିଜର ଦୁଇ ନାତୁଣି ନବ୍ୟା ନବେଲି ଏବଂ ଆରାଧ୍ୟାଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ସେ ଅନ୍ୟମାନଙ୍କ ହିସାବରେ ନୁହେଁ ବରଂ ନିଜ ହିସାବରେ ବଞ୍ଚିବା ଦରକାର ବୋଲି ଉଲ୍ଲେଖ କରିଥିଲେ। ଯାହାକୁ ନେଇ ବିବାଦ ହେବା ଦେଖାଦେଇଥିଲା।
 
ଅମିତାଭ ବଚ୍ଚନଙ୍କୁ ଗତବର୍ଷ ଫେବ୍ସ ମାଗାଜିନ୍‌ ପକ୍ଷରୁ ସବୁଠାରୁ ଅଧିକ ପାଉଣା ନେଉଥିବା ଅଭିନେତା ଭାବେ ତାଲିକାରେ ସାମିଲ କରାଯାଇଥିଲା। ସେ ନିଜର ୨୦ ମିଲିୟନ ଡ଼ଲାର ରୋଜଗାର ସହ ୧୮ତମ ସ୍ଥାନରେ ନଜର ଆସିଥିଲେ।
 
ଏହି ଆକ୍ଟରଜଣଙ୍କ ୟୁନାଇଟେଡ଼ ନେସନ୍‌(ୟୁଏନ୍‌)ର ଗାର୍ଲ ଚାଇଲ୍ଡର ଆମ୍ୱାସେଡ଼ର ଅଛନ୍ତି। ଯାହାକୁ ନେଇ ସେ ଅନେକ ସମୟରେ ବେସରକାରୀ ଏବଂ ସରକାରୀସ୍ତରରେ ପ୍ରଚାର କରିଆସିଛନ୍ତି।
  • Tags:

Subscribe

National International State Sports Entertainment