ରାଜଧାନୀରେ ବାର୍ଡ ଫ୍ଲୁ ର ପ୍ରଭାବ, ମାନ୍ଦାରେ ଚାଲିଛି ବେପାର
Khabar Odisha:
ଭୁବନେଶ୍ୱର,  ଜାନୁଆରୀ ୦୩: ବାର୍ଡ ଫ୍ଲୁର ସାଂଘାତିକ ରୂପ ଲୋକଙ୍କୁ ଆତଙ୍କିତ କରିଛି।  ଖୋର୍ଦ୍ଧା କେରଙ୍ଗରୁ ଚିହ୍ନଟ ହୋଇଥିବା ବାର୍ଡ ଫ୍ଲୁ  ଆତଙ୍କ ଧିରେ ଧିରେ ରାଉରକେଲା, ଭଦ୍ରକ, କେନ୍ଦ୍ରାପଡା, ଭୁବନେଶ୍ୱର, ପୁରୀରେ ମଧ୍ୟ ଦେଖାଦେଲାଣି। ବିଭିନ୍ନ ସ୍ଥାନରେ କାଉ ଓ କୁକୁଡା ମଡକ ସଂକ୍ରମଣର ଆଶଙ୍କା ବୃଦ୍ଧି କରୁଥିବାବେଳେ ସ୍ଥିତିକୁ ସାମାନ୍ୟ କରିବା ପାଇଁ ସରକାର ଲାଗିପଡିଛନ୍ତି। କଡା କଟକଣା ସହିତ ଟିମ୍ ଗଠନ କରି କୁକୁଡା ମରା ଅଭିଯାନ ଚାଲିଛି ଏବଂ ଲୋକମାନଙ୍କୁ  ସଚେତନ ବି କରାଯାଉଛି। 
 
ପକ୍ଷୀମାନଙ୍କ ସହିତ ଲୋକଙ୍କୁ  ସଂକ୍ରମଣ ହେବାର ଆଶଙ୍କା ଉପୁଜୁଥିବା ଯୋଗୁଁ ଲୋକ ଖାଇବା ତ ବହୁତ ଦୂର କଥା କୁକୁଡା ଦୋକାନ ପାଖ ବି ମାଡୁନାହାନ୍ତି । ଏପଟେ କୁକୁଡା ପାଳିବା ନିଷେଧ ଏବଂ ଦୋକାନ ବନ୍ଦ କରିବାକୁ ନିଦେ୍ର୍ଦଶ ମିଳିଥିବାବେଳେ କୁକୁଡା ବ୍ୟବସାୟୀଙ୍କ ମୁଣ୍ଡରେ ଚଡକ ପଡିଛି। ଦୋକାନରେ ଗରାଖ ନାହାନ୍ତି, ବେପାରୀ ମାନେ ଭୀଷଣ କ୍ଷତିଗ୍ରସ୍ତ ହେଉଛନ୍ତି। ଆତଙ୍କ ବଢିବା ସାଙ୍ଗେ ବେପାର କମୁଛି। 
 

ଭୁବନେଶ୍ୱର ୟୁନିଟ୍-୪ର କୁକୁଡା ବ୍ୟବସାୟୀ ଅଜୟ କୁମାର ବରାଳଙ୍କ କହିବା ଅନୁଯାୟୀ ବାର୍ଡ ଫ୍ଲୁ  ତାଙ୍କ ଆର୍ଥିକ ଅବସ୍ଥାରେ ପ୍ରଭାବ ପକେଇଛି। ନୂଆ ବର୍ଷ ଆସର ବି ଫିକା ପଡିଯାଇଥିଲା, ଅଧିକ ବେପାର କରିବାର ଆଶା ରଖିଥିଲେ ବି ସେତିକି ଲାଭ ମିଳି ନଥିଲା। ଲୋକ ଖାଇବା ବନ୍ଦ କରିଦଉଛନ୍ତି ଯେତେବେଳେ ଦୋକାନ ବନ୍ଦ ହେବା ନିଶ୍ଚିତ ବୋଲି ଦୋକାନୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାର ତୁରନ୍ତ ନିରାକରଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସରକାରଙ୍କ କ୍ଷତିପୂରଣ ଦେବା କଥା ବି ସେମାନଙ୍କୁ ଆଶ୍ୱସ୍ଥି ଦେଇ ପାରିନଥିଲାବେଳେ ସେଇ ଦିନକୁ ଚାହିଁ ବସିଛନ୍ତି, ଯଉଦିନ ସ୍ଥିତି ସୁଧୁରିବ ଏବଂ ବେପାରରେ ଲାଭ ହବ।   
 
  • Tags:

Subscribe

National International State Sports Entertainment