ସିଦ୍ଧୁଙ୍କ ଟିଭି ଶୋ ରୋକିବାରେ ହାଇକୋର୍ଟ ବି ନାଚାର
Khabar Odisha:punjab-minister-sidhu-over-his-appearance-in-comedy-show
ଚଣ୍ଡୀଗଡ, ମେ ୧୧(ଖବର ଓଡିଶା): ପଞ୍ଜାବ ସରକାରରେ ମନ୍ତ୍ରୀ ରହି ଟିଭି ଶୋ କରିବା ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଭାରି ପଡିଛି। କମେଡି ଶୋରେ ଅଂଶଗ୍ରହଣ କରୁଥିବାରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ରିପୋର୍ଟ ତଲବ କରିଛନ୍ତି । ମାତ୍ର କୋର୍ଟ ତାଙ୍କ ଉପରେ ରୋକ୍‌ ଲଗାଇବାକୁ ଅନିଜର ସମର୍ଥତା ଜାହିର କରିଛନ୍ତି । ନବ୍‌ଜୋତ ସିଂହ ସିଦ୍ଧୁ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମାଙ୍କ ଶୋରେ ନଜର ଆସନ୍ତି ।
 
ବିଚାରପତି ଏସ୍‌ ଏସ୍‌ ସରନ୍‌ ଓ ଦର୍ଶନ ସିଂହ ଶୁଣାଣୀ ବେଳେ କହିଥିଲେ କି ନେତାଙ୍କ ବ୍ୟକ୍ତିଗତ ନୈତିକତାରେ କୋର୍ଟ ହସ୍ତକ୍ଷେପ କରି ପାରିବ ନାହିଁ । ପଞ୍ଜାବର ଜେନେରାଲ ଅତୁଲ ନନ୍ଦା କହିଛନ୍ତି ଯାଚିକାକର୍ତ୍ତା ଏପରି କିଛି ପ୍ରାବଧାନ କଥା କହିନାହାନ୍ତି ଯେଉଁଥିରେ ମନ୍ତ୍ରୀ ପଦରେ ଥାଇ ସିଦ୍ଧୁ ଟିଭି ଶୋ କରିପାରିବେନି । ନନ୍ଦା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି କି ସିଦ୍ଧୁଙ୍କ ଉପରେ ଆଚାର ସଂହିତା ଲଗା ଯାଇ ପାରିବ ନାହିଁ । ଏହା କେବଳ ସରକାରୀ କର୍ମଚାରୀଙ୍କ ଉପରେ ଲାଗୁ ହୁଏ, ମନ୍ତ୍ରୀମାନଙ୍କ ଉପରେ ନୁହେଁ ।
 
ସିଦ୍ଧୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଟିଭି ଶୋ କରିବା ଆଇନ ବିରୋଧୀ ନୁହେଁ । ମୁଁ ଟିଭିର ୭୦ରୁ ୮୦ ପ୍ରତିଶତ କାର୍ୟ୍ୟ ଛାଡି ସାରିଲିଣି । ସପ୍ତାହ ଯାକ ସକାଳ 10ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମୁଁ କାମ କରୁଛି । ଏଥିପାଇଁ ସନ୍ଧ୍ୟା ୬ ପରେ ମୁଁ କଣ କଲି ଏଥିରେ କାହାର କିଛି ଯାଏ ଆସେ ନାହିଁ । 
  • Tags:

Subscribe

National International State Sports Entertainment