କେଜ୍‌ରିଓ୍ୱାଲ୍‌ଙ୍କୁ କେବଳ ଡ୍ରାମା ଜଣା : ମନୋଜ ତିଓ୍ୱାରି
Khabar Odisha:manoj-tiwari-attack-on-delhi-cm-arvind-kejriwal
ନୂଆଦିଲ୍ଲୀ, ମେ ୧୩(ଖବର ଓଡିଶା): ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ୱାଲ୍‌ଙ୍କୁ ପୁନଶ୍ଚ ଟାର୍ଗେଟ୍‌ କରିଛନ୍ତି ବିଜେପି ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ୱାରୀ । ସେ କହିଛନ୍ତି କେଜ୍‌ରିଓ୍ୱାଲ କପିଲ ମିଶ୍ରଙ୍କ ସମସ୍ତ ଆରୋପରୁ ବର୍ତ୍ତିବା ଲାଗି ଡ୍ରାମା କରୁଛନ୍ତି । କପିଲଙ୍କ ସମସ୍ତ ପ୍ରଶ୍ନର ଉତ୍ତର କେଜ୍‌ରିଓ୍ୱାଲ ଦେବା ଦରକାର । 
 
ଏକ ଗଣମାଧ୍ୟମ ସାକ୍ଷାତକାରରେ ମନୋଜ ତିଓ୍ୱାରି ଏହି କଥା କହିଛନ୍ତି । ତିଓ୍ୱାରି କହିଛନ୍ତି କପିଲ ମିଶ୍ରଙ୍କ ସମସ୍ତ ଆରୋପର ଜବାବ ରଖିବା ବଦଳରେ କେଜ୍‌ରିଓ୍ୱାଲ ନିଜର ଜଣେ ବିଧାୟକଙ୍କୁ ଧାରଣା ଦେବା ପାଇଁ କପିଲଙ୍କ ଘରକୁ ପଠାଇ ଦେଇଛନ୍ତି । ପରିସ୍ଥିତି ଯେଉଁଠି ଆସି ପହଞ୍ଚିଲାଣି କେଜ୍‌ରିଓ୍ୱାଲ ଧାରଣା ରାଜନୀତି ଛାଡି ଏହି ମାମଲାର ସତ୍ୟାସତ୍ୟ କହିବା ଦରକାର ।
 
ପୋଲିସଙ୍କ ଅନୁମତି ନନେଇ କେଜରିଓ୍ୱାଲଙ୍କ ଇସାରାରେ ମନ୍ତ୍ରୀମଣ୍ଡଳର ବିଧାୟକ ସଞ୍ଜୀବ ଝା ଧାରଣାର ଡ୍ରାମା କରିବା ପାଇଁ କପିଲଙ୍କ ଘରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ମନୋଜ । ସେ ଆହୁରି ମଧ୍ୟ କହିଛନ୍ତି କି ଭ୍ରଷ୍ଟାଚାରୀ କେଜ୍‌ରିଓ୍ୱାଲଙ୍କ ଡ୍ରାମା ଏବେ ସର୍ବସମ୍ମୁଖରେ । ମନୋଜ ତିଓ୍ୱାରି ଆଗରୁ କେଜ୍‌ରିଓ୍ୱାଲ ଦୂର୍ନୀତିରେ ଲାଲୁଙ୍କୁ ପଛରେ ପକାଇଥିଲେ ବୋଲି ମଧ୍ୟ କହିଥିଲେ ।
  • Tags:

Subscribe

National International State Sports Entertainment