ନବୀନ ନିବାସରେ ପ୍ରବେଶ କରିବାକୁ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ଉଦ୍ୟମ
Khabar Odisha:Student-congress-union-chief-wants-to-enter-Naveen-Niwas
ଭୁବନେଶ୍ୱର ,ମେ ୧୩(ଖବର ଓଡ଼ିଶା): ଇଂଜିନିୟରିଂ ଛାତ୍ର ଋଷି ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ। ଆଜି ଏହି ଦାବି ନେଇ ନବୀନ ନିବାସକୁ କିଛି  ସମର୍ଥକଙ୍କ ସହ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ। ତେବେ ପୋଲିସ ଦ୍ୱାରା ଇତିଶ ସମର୍ଥକଙ୍କ ସହ ଅଟକ ରହିଥିବା ସୂଚନା ମିଳିଛି ।
 
ସୂଚନାନୁସାରେ ଇଂଜିନିୟର ଛାତ୍ର ଋଷି ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ରାଜ୍ୟସାରା ହଇଚଇ ସୃଷ୍ଟି କରିଥିବା ଏହି ମାମଲା ବର୍ତ୍ତମାନ ଥମି ଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଥିବା ବିଧାୟକ ଛନ୍ଦି ହୋଇଥିବାରୁ ଏହାର ତଦନ୍ତକୁ ଚପାଇ ଦିଆଯାଉଥିବା ଅଭିଯୋଗ ହେଉଛି। 
  • Tags:

Subscribe

National International State Sports Entertainment