ବିନା କାମରେ କ୍ଷମତାକୁ ଜାବୁଡ଼ି ଧରିଥିବା ପିଟ୍ରୋଡ଼ାଙ୍କୁ ବହିଷ୍କାର କରାଯାଉ: ବିଜେପି
Khabar Odisha:Remove-sam-pitroda-from-technical-advisor-says-bjp

ଭୁବନେଶ୍ଵର,ମେ୧୩(ଖବର ଓଡ଼ିଶା): ନ୍ୟାସନାଲ ହେରାଲ୍ଡ ଚଞ୍ଚକତା ମାମଲାରେ ସୋନିଆ-ରାହୁଲଙ୍କ ସହ ସାମ ପିଟ୍ରୋଡ଼ା ପ୍ରମୁଖ ଅଭିଯୁକ୍ତ। ସାମ ପିଟ୍ରୋଡ଼ାଙ୍କୁ କୂନନୈତିକ ସୁବିଧା ଦେବା ପାଇଁ ଗାନ୍ଧୀ ପରିବାରଙ୍କ ଯୋଜନାରେ ନବୀନ ପଟ୍ଟନାୟକ ତାଙ୍କୁ କ୍ୟାବିନେଟ ପଦବୀ ଦେଇଛନ୍ତି। ସାମ୍ ପିଟ୍ରୋଡ଼ାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚାଇଥିଲେ ବରିଷ୍ଠ ନେତା ସଜ୍ଜନ ଶର୍ମା।

ଶ୍ରୀ ଶର୍ମା ସୂଚାଇଥିଲେ କି ବିଜେଡ଼ି-କଂଗ୍ରେସ ମଧ୍ୟରେ କ୍ଷୀର-ନୀର ସଂପର୍କ କାରଣରୁ ଗାନ୍ଧୀ ପରିବାର ବିଶ୍ଵସ୍ତ ତଥା ଅଭିଯୁକ୍ତ ସାମ ପିଟ୍ରୋଡ଼ାଙ୍କୁ ନବୀନ ପଟ୍ଟନାୟକ କ୍ୟାବିନେଟ ପଦବୀରେ ଅବସ୍ଥାପିତ କରାଇଛନ୍ତି। ବିଜେଡ଼ି, କଂଗ୍ରେସ ଭିତିରି ବୁଝାମଣା କାରଣରୁ ସାଧାରଣ ଓଡ଼ିଆ ଲୋକ ସେମାନଙ୍କର ହକ୍ ହରାଉଥିବା ବିଜେପିର ଏହି ନେତା କହିଛନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ  ସାମ ପିଟ୍ରୋଡ଼ାଙ୍କ ସଂପୃକ୍ତି ଥିବା କାରଣରୁ ଓଡ଼ିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା ପଦବୀରେ ରହିବାର ନୈତିକତା ନାହିଁ। ବିନା କାମରେ କ୍ଷମତାକୁ ଜାବୁଡ଼ି ଧରିଥିବା ପିଟ୍ରୋଡ଼ାଙ୍କୁ ବହିଷ୍କାର କରିବାକୁ ବିଜେପି ତାର ସ୍ଵର ଶାଣିତ କରିଛି।

ବିଜେପି ଓଡ଼ିଆ ଲୋକଙ୍କର ହକର ଲଢ଼େଇକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବ ବୋଲି ଶର୍ମା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପ୍ରବକ୍ତା ସୁଦୀପ ରାୟ ଏବଂ ରାଜ୍ୟ କାର୍ୟ୍ୟକାରୀ ସଦସ୍ୟ ସୁବାସ ଚୌହାନ ଉପସ୍ଥିତ ଥିଲେ। 

  • Tags:

Subscribe

National International State Sports Entertainment