ଆମର ୩୦ଟି ଜିଲ୍ଲା, ସବୁ ଜିଲ୍ଲାରୁ ପ୍ରତିନିଧିତ୍ଵ ଦେଇ ହେବନି: ନବୀନ
Khabar Odisha:It-is-not-possible-to-give-minister-in-every-district-says-navven
ଭୁବନେଶ୍ଵର,ମେ୧୧(ଖବର ଓଡ଼ିଶା):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀରୁ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ଦଳରେ ଦେଖା ଦେଇଥିବା ଅସନ୍ତୋଷ ପ୍ରସଙ୍ଗରେ ନବୀନ କହିଛନ୍ତି ଯେ ଆମର ୩୦ଟି ଜିଲ୍ଲା। ସବୁ ଜିଲ୍ଲାରୁ ପ୍ରତିନିଧିତ୍ଵ ଦେଇ ହେବନି। ମନ୍ତ୍ରୀଙ୍କ ସଂଖ୍ୟା ନେଇ ସାମ୍ବିଧାନିକ କଟକଣା ରହିଛି। ଯାହାକୁ ପାଳନ କରିବା ଅାବଶ୍ୟକ।
 
ସେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ କିଛି ନେତାଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଓ ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିବି। ଦଳ ଛାଡ଼ୁଥିବା ନେତାଙ୍କୁ ନେଇ ସାଂସଦ  ବୈଜୟନ୍ତ ପଣ୍ଡାଙ୍କ ଟ୍ଵିଟ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ ଆମର କେହି ବିଜେପିରେ ଯୋଗ  ଦେଇଥିବା ମୁଁ ଭାବୁନାହିଁ। ଦଳ ବିରୋଧୀ କାର୍ୟ୍ୟ ପାଇଁ ନିଲମ୍ବିତ ନେତା ବିଜେପିରେ ଯୋଗ ଦେଇଛନ୍ତି। 
  • Tags:

Subscribe

National International State Sports Entertainment