ଇଭିଏମ୍ ଉପରେ ସର୍ବଦଳୀୟ ବୈଠକ ଆଜି, ସାମିଲ ହେବେ ୫୫ଟି ରାଜନୈତିକ ଦଳ
Khabar Odisha:Election-Commission-give-their-evms-we-will-show-them-claimed-aap
ନୂଆଦିଲ୍ଲୀ, ମେ ୧୨(ଖବର ଓଡ଼ିଶା): ଇଭିଏମ୍ ଜାଲିଆତି ସମ୍ପର୍କରେ ଆମ ଆଦମୀ ପାର୍ଟି ତରଫରୁ ନିର୍ବାଚନ ଆୟାଗକୁ ଦିଆଯାଇଥିବା କଡା ଜବାବ ଅଭିଯୋଗରେ ଆଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ବୈଠକରେ ୫୫ଟି ରାଜନୈତିକ ଦଳ ଯୋଗଦେବେ ବୋଲି ଜଣାପଡ଼ିଛି । ପୂର୍ବରୁ ଆପ ଯୁକ୍ତି ବାଢ଼ିଛି ଯେ, ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଚାବ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନରେ ଇଭିଏମ୍ଗୁଡ଼ିକୁ ଜାଲିଆତି କରାଯାଛି । ଆପ୍ର ଜଣେ ଇଞ୍ଜିନିୟର ବିଧାୟକ କହିଛନ୍ତି ନିର୍ବାଚନରେ ବ୍ୟବହୃତ ହୋଇଥିବା ଗୋଟିଏ ଇଭିଏମ୍ ଦିଆଗଲେ ସେ ସମସ୍ତଙ୍କର ଆଗରେ ହ୍ୟାକ କରି ଦେଖାଇବେ । ଆପ୍ ବିଧାୟକ ସୌରଭ ଭରଦ୍ୱାଜ ନିର୍ବାଚନ ଆୟୋଗଙ୍କୁ ଇଭିଏମ୍ ଜାଲିଆତି ହୋଇଥିବା ନେଇ ସର୍ବଦଳୀୟ ବୈଠକର ଆୟୋଜନ କରିବାକୁ ଦାବି କରିଥିଲେ । ଭରଦ୍ୱାଜ ୨ ଦିନ ତଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରୋଟୋଟାଇପକୁ ହ୍ୟାକ୍ କରି ପ୍ରମାଣ କରିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଭରଦ୍ୱାଜ କହିଛନ୍ତି, ବୈଠକରେ ନିର୍ବାଚନ ଆୟାଗ ବ୍ୟତୀତ ସମସ୍ତ ରାଜନୈତିକ ଦଳ ଉପସ୍ଥିତ ରହିବା ଦରକାର । ସମିିତି ଆଗରେ ଆପ ପ୍ରତିନିଧି ଆୟୋଗ ଦ୍ୱାରା ଉପଲବ୍ଧ କରାଯାଇଥିବା ଇଭିଏମ୍ ହ୍ୟାକ କରି ଦେଖାଇ ଦିଆଯିବ ବୋଲି ସୌରଭ କହିଛନ୍ତି । ନିର୍ବାଚନ
ଆୟୋଗ ଦିଲ୍ଲୀସ୍ଥିତ ନିର୍ବାଚନ ଆୟୋଗର ମୁଖ୍ୟ କାର୍ଯ୍ୟଳକୁ ସମସ୍ତ ରାଜନୈତିକ ଦଳକୁ ଉପସ୍ଥିତ ରହିବାକୁ ଡାକିଛି ।   

ମିଳିଥିବା ସୂଚନା ଅନୁସାରେ ସର୍ବଦଳୀୟ ବୈଠକରେ ୫୫ଟି ରାଜନୈତିକ ଦଳର ସଦସ୍ୟ ଯୋଗଦେବେ । ଏଥି ପାଇଁ ଆୟୋଗ ୭ଟି ଜାତୀୟ ଓ ୪୮ ଆଂଚଳିକ ସ୍ତରୀୟ ରାଜନୈତିକ ଦଳର ସଦସ୍ୟଙ୍କୁ ଡାକିଛି । ଉଲ୍ଲେଖନୀୟରେ ଇଭିଏମ୍ ଉପରୁ ଲୋକଙ୍କର ବିଶ୍ୱାସ ତୁଟିବାକୁ ଯାଉଛି ବୋଲି ୧୬ଟି ରାଜନୈତିକ ଦଳ ଅଭିଯୋଗ ଆଣିଛନ୍ତି ।

  • Tags:

Subscribe

National International State Sports Entertainment