ମୋତେ ଦଣ୍ଡିତ କରି ପାର୍ଟି ଲାଭାନ୍ୱିତ ହେଉଥିଲେ ମୁଁ ଖୁସି ହେବି: ମୁଖ୍ୟପାତ୍ର ପଦରୁ ହଟିବା ପରେ ବୈଜୟନ୍ତ
Khabar Odisha:Baijanta-Pandas-Opinion-on-Naveens-decision
ଭୁବନେଶ୍ୱର,ମେ ୧୩(ଖବର ଓଡ଼ିଶା): ବିଜେଡ଼ି ସଂସଦୀୟ ଦଳ ମୁଖପାତ୍ର ପଦରୁ ସାଂସଦ ବୈଜୟନ୍ତ ପଣ୍ଡା ହଟିବା ପରେ ରାଜ୍ୟ ରାଜନୀତିରେ ଏକ ପ୍ରକାର ହଇଚଇ ସୃଷ୍ଠି ହୋଇଛି । ବିଭିନ୍ନ ମହଲରୁ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରୀୟା ପ୍ରକାଶ ପାଇଛି । ମୁଖପାତ୍ର ପଦରୁ ହଟାଯିବା ପରେ ଏକ ଶକ୍ତ ଝଟକା ଖାଇଥିବା ବୈଜୟନ୍ତ ଏକ ଜାତୀୟ ନ୍ୟୁଜ୍‌ ଏଜେନ୍ସିକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବୈଜୟନ୍ତ କହିଛନ୍ତି, ‘‘ମୋତେ ଦଣ୍ଡିତ କରି ପାର୍ଟି ଲାଭାନ୍ୱିତ ହେଉଥିଲେ ମୁଁ ଖୁସି ହେବି’’
 
୨୦ ବର୍ଷ ଧରି ଆଜି ପର୍ଯ୍ୟନ୍ତ ଦଳର ଉନ୍ନତି ପାଇଁ କାମ କରିବି । କିଏ କିଏ କେଉଁ ପଦରେ ରହିବ ତାହା ସଭାପତିଙ୍କ ଅଧିକାର । ମୁଁ ଚାହୁଁଛି ପାର୍ଟି ପୁଣି ମଜବୁତ ହେଉ । ବର୍ଷେ ଦୁଇ ବର୍ଷ ହେଲା ଯାହା ଅସୁବିଧା ହେଉଛି ସେଥିପାଇଁ ନେତା ପଦକ୍ଷେପ ନିଅନ୍ତୁ ବୋଲି ବୈଜୟନ୍ତ କହିଛନ୍ତି ।
 
ଦଳର ମୁଖପାତ୍ର ଭାବେ କଥା ନ କହି ସେ ଅନ୍ୟ କଥା କହିଲେ, ତାଙ୍କ ମତ ମନ୍ତବ୍ୟକୁ ନେଇ ଅନେକ ଚର୍ଚ୍ଚା ହେଲା । ଏଥିପାଇଁ ତାଙ୍କୁ ପଦରୁ ହଟାଗଲା ବୋଲି ମୁଖପାତ୍ର ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେ ନିଜ କର୍ତ୍ତବ୍ୟରୁ ଦୁଇ ପାଦ ଆଗକୁ ଯାଇ ଦଳ ପ୍ରସଙ୍ଗରେ ଏମିତି ଲେଖୁଥିଲେ ବୋଲି ଶ୍ରୀ ପାତ୍ର କହିଛନ୍ତି ।
 
ଅନ୍ୟପକ୍ଷରେ ବିଜେଡ଼ି ରାଜ୍ୟସଭା ସାଂସଦ ଭାସ୍କର ରାଓ କହିଛନ୍ତି ମୁଖ୍ୟମନ୍ତ୍ରୀ ଦଳ ପାଇଁ ଯେଉଁଠି ଯାହା ଆବଶ୍ୟକ ଭାବୁଛନ୍ତି ସେହି ନିଷ୍ପତ୍ତି ନେଉଛନ୍ତି ।  
  • Tags:

Subscribe

National International State Sports Entertainment