ମୁଁ ସ୍ଵାଭିମାନର ରାଜନୀତି କରୁଛି, ମୋତେ କିଣିବା ସମ୍ଭବ ନୁହେଁ: ସୌମ୍ୟରଞ୍ଜନ
Khabar Odisha:

ଭୁବନେଶ୍ଵର,ମେ୧୪(ଖବର ଓଡ଼ିଶା): ଗତକାଲି ଆମ ଓଡ଼ିଶାର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ଏହି ସାକ୍ଷାତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକ ରବିବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇଥିବା ସତ୍ୟ। ମାତ୍ର ଏହି ସାକ୍ଷାତରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ। ଯେଉଁ ସମସ୍ୟା ନେଇ ଆନ୍ଦୋଳନ କରୁଛୁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି।

ସୌମ୍ୟରଞ୍ଜନ କହିଛନ୍ତି ଯେ ଆମେ ଭାଷା, ଚିଟଫଣ୍ଡ, ନିଶା ନିବାରଣ ନେଇ ଆନ୍ଦୋଳନ କରୁଛୁ। ସେ ସବୁ ସମସ୍ୟା କେମିତି ସମାଧାନ ହେବ ସେହି ବିଷୟରେ  ଆଲେଚନା ହୋଇଛି। ମୁଁ ସ୍ଵାଭିମାନର ରାଜନୀତି କରୁଛି। ଏହା ବ୍ୟତିତ ନା ମୁଁ ଜଣେ ବଡ଼ ନେତା ନା ମୋର ବହୁତ ବଡ଼ ଅଞ୍ଚଳରେ ପ୍ରଭାବ ଅଛି। ମୋତେ ମଧ୍ୟ କିଣିବା ସମ୍ଭବ ନୁହେଁ ବୋଲି  ସୌମ୍ୟରଞ୍ଜନ କହିଛନ୍ତି।

 

ଏଠାରେ କହି ରଖୁଛୁ ଯେ ଆମ ଓଡ଼ିଶାର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ନେଇ ରାଜନୀତି ଅଟକଳ ଲଗାଯାଉଛି। 

  • Tags:

Subscribe

National International State Sports Entertainment