୩ ବର୍ଷରେ ଫେଲ୍ ମାରିଲାଣି ୯୯୮ ପରିବାର ନିୟୋଜନ ଅସ୍ତ୍ରୋପଚାର
Khabar Odisha:998-family-planning-operation-failed-in-3-years
ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ସରକାର ଆରମ୍ଭ କରିଥିଲେ ପରିବାର ନିୟୋଜନ ଅସ୍ତ୍ରୋପଚାର । ମାତ୍ର ଦିନକୁ ଦିନ ଏହାର ସଫଳତା ବିପରିତ ଦିଗକୁ ଗତି କରିବାରେ ଲାଗିଛି। ବିଧାନସଭାରେ ବିରୋଧି କଂଗ୍ରେସ ଦଳର ଟାଣୁଆ ନେତା ତାରା ପ୍ରସାଦ ବାହୀନି ପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ଯେଉଁ  ତଥ୍ୟ ସାମ୍ନାକୁ ଆସିଛି ତାହା ନିଶ୍ଚିତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ । ଏହି ରିପୋର୍ଟ କହୁଛି ଓଡିଶାରେ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ମୋଟ୍ ୯୯୮ ଟି ପରିବାର ନିୟୋଜନ ଅସ୍ତ୍ରୋପଚାରର ବିଫଳତା ଘଟିଛି । ୨୯/୧୧/୨୦୧୫ ରିଖ ଠାରୁ ପରିବାର ନିୟୋଜନ ଅସ୍ତ୍ରୋପଚାରର ବିଫଳତା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଭାରତ ସରକାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ଯୋଗାଇଆସୁଛନ୍ତି।  ସେବେଠୁ ସରକାରୀ ନିୟମ ଅନୁସାରେ ଏହି ଅସ୍ତ୍ରୋପଚାରରେ ବିଫଳତା ଘଟିଲେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ରହିଛି । ସରକାର ତ ଅନୁସନ୍ଧାନ କରି ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ଦେଇ ଦିଅନ୍ତି ହେଲେ ତା ପରବର୍ତ୍ତୀ ଅବସ୍ଥାରେ ସେ ଦମ୍ପତିଙ୍କର କଣ କ୍ଷତି ହୋଇଥାଏ ତାହା ନଜର ଆଢ଼ୁଆଳରେ ରହିଯାଇଥାଏ। 

ଗୋଟିଏ ମଧ୍ୟବିତ୍ତ ପରିବାରକୁ ପରିବାର ନିୟୋଜନ ଅସ୍ତ୍ରୋପଚାରର ବିଫଳତା ସାରା ଜୀବନ ହନ୍ତସନ୍ତ କରି ମାରିଥାଏ।  ଡାକ୍ତରଙ୍କ ଭୁଲ ଯୋଗୁଁ ଯେଉଁ ଶିଶୁଟି ଜନ୍ମ ନେଇଥାଏ ସେ ମଧ୍ୟ ସାରା ଜୀବନ ଅନେକ ଅସୁବୁଧାର ସମ୍ମୁଖୀନ ହୋଇଥାଏ । ଯେପରିକି ଖାଦ୍ୟ, ପାନୀୟ, ପୋଷାକ ପତ୍ର ସହ ପାଠ ପଢା ପାଇଁ ମଧ୍ୟ ତାକୁ ବହୁତ ଅସୁବିଧା ହୋଇଥାଏ । ଗୋଟିଏ ପିଲାକୁ ଠିକ୍ ଭାବରେ ଭରଣ ପୋଷଣ କରିବା ପାଇଁ ଅସମର୍ଥ ଥିବା ବାପା ମାଦ୍ୱିତିୟ ପିଲାଟିର ଭରଣ ପୋଷଣ ନ କରିପାରି ତାକୁ ଅନ୍ୟକୁ ବିକ୍ରି କରି ଦେବାର ଅନେକ ଉଦାହରଣ ମଧ୍ୟ ରହିଛି ।

ସରକାରଙ୍କ ଦ୍ୱାରା ବିପୁଳ ଅର୍ଥରାଶି ଯୋଗାଇ ଦିଆଯାଇ ନିୟୋଜନ କରାଯାଇଥିବା ଡାକ୍ତରମାନଙ୍କ ପାରିବା ପଣିଆ ଓ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଆଗାମୀ ଦିନରେ ଯଦି ଏହିପରି ପରିବାର ନିୟୋଜନ ଅସ୍ତ୍ରୋପଚାରର ବିଫଳତା ନ କମେ ତେବେ କେବଳ ଯେ ଜନସଂଖ୍ୟା ବୃଦ୍ଧି ଘଟିବା ତାହା ନୁହେଁ ବରଂ ଜନସଂଖ୍ୟା ବୃଦ୍ଧି ସହ ବେକାରୀ, ବେରୋଜଗାରି, ଅନାହାର ଭଳି ଅନେକ ସମସ୍ୟା ସୃଷ୍ଟି ହେବ ସେଥିରେ ଅତ୍ୟୁକ୍ତି ନାହିଁ।  
 
  • Tags:

Subscribe

National International State Sports Entertainment