ସତ ହୋଇଥିଲେ ସାଙ୍ଘାତିକ ! ବିଶ୍ୱକପ ହକିର ହେଲା କଳାବଜାରୀ, ଭାଇରାଲ୍ ହେଲା ଭିଡିଓ
Khabar Odisha:Mens-Hockey-World-Cup-Viral-Video
ଭୁବନେଶ୍ୱର, ୨୮ ନଭେମ୍ବର (ଖବର ଓଡିଶା):

ସାଧାରଣର ଲୋକଙ୍କ ଭାବନା ସହ ଖେଳ ଖେଳିଲେ ସରକାର  । ହକିପ୍ରେମୀ ମାନଙ୍କ ପାଇଁ ଉଦିଷ୍ଟ ଟିକେଟର ହେଲା କଳାବଜାରୀ  । ଏପରି ସାଙ୍ଘାତିକ ଘଟଣା ଏବେ ଭାଇରାଲ ହେବାରେ ଲାଗିଛି  । ଏହି ଘଟଣା ଆସିବା ପରେ କେବେ ହେବ ଏହି ଘଟଣାର ତଦନ୍ତ ଆଉ ସରକାର କେବେ ନେବେ କାର୍ଯ୍ୟାନୁଷ୍ଠାନ ଏହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ  ।

ହକି ପାଇଁ ହୋଇଥିବା ଅଫିସିଆଲ୍ ଟିକେଟ କାଉଣ୍ଟରରେ ଏଭଳି କଳାବଜାରୀ ହୋଇଥିବାର ଅଭିଯୋଗ ହୋଇଛି  । ଟିକେଟ୍ ପାଇଁ ନିର୍ଦ୍ଦାରିତ ହୋଇଥିବା ମୂଲ୍ୟ ଠାରୁ ବହୁଗୁଣା ମୂଲ୍ୟ ନେଉଥିବାର ସାଙ୍ଘାତିକ ଅଭିଯୋଗ  । ଏପରି ଏକ ଘଟଣା ଆସିବା ପରେ ସାଧାରଣରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଛି  ।   

Subscribe

National International State Sports Entertainment