ବିଜେଡିର ଛତ୍ରଛାୟା ତଳେ ଗୋଲଡେନ ବାବା ଚଳାଇଥିଲା ସାମ୍ରାଜ୍ୟ ! ସୁରକ୍ଷା ଦେଉଥିଲେ ବିଜେଡିର ହେଭିୱେଟ, ବିଧାୟକ ପ୍ରାର୍ଥୀ କରିବା ପାଇଁ ନେତା ଦେଇଥିଲେ ପ୍ରତିଶୃତି !
Khabar Odisha:Golden-baba-BJD-Link-Row
ଭୁବନେଶ୍ୱର, ୪ ଜାନୁଆରୀ (ଖବର ଓଡିଶା):

ଗୋଲଡେନ୍ ବାବାଙ୍କ ସୁରକ୍ଷାରେ ଥିଲେ ବିଜେଡି ନେତା  । ଏପରି ସାଙ୍ଗାତିକ ଅଭିଯୋଗ ଛାତ୍ର କଂଗ୍ରେସ ପକ୍ଷରୁ ଆଣିବା ପରେ ଏବେ ବିଜେଡିରେ ସୃଷ୍ଟି ହୋଇଛି କମ୍ପନ  । ଏପରିକି ଗୋଲଡେନ୍ ବାବାଙ୍କର ଏକ ଡାଏରୀକୁ ପୋଲିସ ଜବତ କରିଥିବା ବେଳେ ଏହି ଡାଏରୀରୁ ବହୁ ଗୁମର ଖୋଲିବ ବୋଲି ଏବେ ଚର୍ଚ୍ଚା ଆଲୋଚନା ହେଉଛି  । ଏପରିକି ଗୋଲଡେନ୍ ବାବା ବିଜେଡିରୁ ବିଧାୟକ ହେବାପାଇଁ ପ୍ରସ୍ତୁତି କରିଥିଲେ  । ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ତାଙ୍କୁ ଟିକେଟ୍ ଦେବାପାଇଁ କିଛି ନେତା ତାଙ୍କୁ ପ୍ରତିଶୃତି ଦେଇଥିବା ଏବେ ଚର୍ଚ୍ଚା ହେଉଥିବା ବେଳେ ଏହି ନିଆଁରେ ଘିଅ ଢାଳିଛି ଛାତ୍ର କଂଗ୍ରେସ  । ଗୋଲଡେନ୍ ବାବାଙ୍କର ବିଜେଡି ନେତାଙ୍କ ସହିତ ରହିଥିବା ଲିଙ୍କ୍ ର ଫଟୋକୁ ଛାଡି ସରକାରଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ  । ସେପଟେ ଏହି ଘଟଣା ପଦାକୁ ଆସିବା ପରେ ବିଜେଡିର ସାଙ୍ଗଠନିକ ପଦପଦବୀରେ ଗୁରୁତ୍ୱପୂର୍ଣ ସ୍ଥାନ ବହନ କରୁଥିବା ଦେବୀପ୍ରସାଦ ମିଶ୍ର ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ଓ ଆଲୋଚନା ହେବାରେ ଲାଗିଛି  । ଗୋଲଡେନ୍ ବାବାର ଖଣି ବ୍ୟବସାୟ ସହ ବେଆଇନ ଗୋଚାଲାଣ ବ୍ୟବସାୟରେ ସମ୍ପୃକ୍ତି ଥିବାର ଟର୍ଚ୍ଚା ଆଲୋଚନା ହେଉଛି  । ତେବେ ଏପରି ଅଭିଯୋଗ ଯଦି ସତ ହୋଇଥାଏ ତାହାହେଲେ ଏହା ସାଙ୍ଗାତିକ ବୋଲି ଏବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଆଲୋଚନା ହେଉଛି  ।  ଏପରି ଅଭିଯୋଗ ଆସିବା ଓ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ବିଜେଡି ମୁଖିଆଙ୍କ ନୀରବତାକୁ ନେଇ ସାଧାରଣରେ ଏବେ ଉଠିଛି ବଡ ପ୍ରଶ୍ନ  ।

ଗୋଲଡେନ୍ ବାବଙ୍କ ସହ ଲିଙ୍କ୍ ନେଇ ଗତକାଲି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଫଟୋ ସହ ଗୁମର ଖୋଲିଥିଲେ  । ନିକଟରେ ଭୁବନେଶ୍ୱରରେ ଗିରଫ ହୋଇଥିବା ଠକ ଜ୍ୟୋତିରଂଜନ ବେହୁରା (ଗୋଲଡେନ୍ ବାବା)ଙ୍କୁ ମଧ୍ୟ ଯଦି ତର୍ଜମା କରାଯାଏ ତେବେ ଜଣାପଡିବ ଯେ ସେ ଜଣେ ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ । ତାଙ୍କ ଦ୍ୱାରା ଆୟୋଜନ ହେଉଥିବା ବହୁ ସଭା ଓ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ ମନ୍ତ୍ରୀ ଓ ନେତା ଯଥା ଦେବୀ ମିଶ୍ର, ବିଭୂତି ବଳବନ୍ତ ରାୟ, ରାଜେନ୍ଦ୍ର ସାହୁ, ଅନନ୍ତ ନାରାୟଣ ଜେନା ଭଳି ବହୁ ସରକାରୀ ବିଜେଡି ଦଳର ନେତୃବୃନ୍ଦ ଆଦି ଉପସ୍ଥିତ ରହି ଗୋଲଡେନ୍ ବାବାଙ୍କୁ ପ୍ରଶଂସା କରିବା ସହ ପ୍ରୋତ୍ସାହିତ କରନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଥିବା ବେଳେ ଏନେଇ ବିଜେଡି ମୁହଁ ନ ଖୋଲିବାକୁ ନେଇ ସାଧାରଣରେ ବଡ ପ୍ରଶ୍ନ ଠିଆ ହୋଇଛି  । 

Subscribe

National International State Sports Entertainment