ଫ୍ଲିପକାର୍ଟର ‘ବିଗ୍‌ ୧୦’ ସେଲ ଆଜିଠୁଁ: ବଡ଼ ବ୍ରାଣ୍ଡ ଉପରେ ମିଳୁଛି ବଡ଼ ରିହାତି, ଜାଣନ୍ତୁ ଅଫର ସମ୍ବନ୍ଧରେ
Khabar Odisha:Flipcart-Big-10-sale-starts-from-today
ନୂଆଦିଲ୍ଲୀ, ମଇ୧୪(ଖବର ଓଡ଼ିଶା): ଅନ୍‌ଲାଇନ୍‌ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟର ବିଗ୍‌ ୧୦ଆଜିଠାରୁ ଆରମ୍ଭ ହୋଇଛି। ଏହା ୧୮ ମଇ ପର୍ୟ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ କମ୍ପାନୀ ସ୍ମାର୍ଟଫୋନଠାରୁ ଆରମ୍ଭ କରି ଟିଭି, ଏସି, କ୍ୟାମେରା ଏବଂ ଅନ୍ୟାନ୍ୟ ଉତ୍ପାଦଗୁଡ଼ିକ ଉପରେ ବଡ଼ ଧରଣର ଅଫର ଦିଆଯାଉଛି। ତେବେ ଯାହା ସୁଚନା ରହିଛି ଏହା ଷ୍ଟକ ଶେଷ ହେବା ପର୍ୟ୍ୟନ୍ତ ଜାରୀ ରହିବ। ଏହା ସହ କମ୍ପାନୀ ବିକ୍ରି ଶେଷ ହେବା ପର୍ୟ୍ୟନ୍ତ ପ୍ରତିଦିନ ନୂଆ ନୂଆ ଅଫର ଦେବ।
 
ଉତ୍ପାଦଗୁଡ଼ିକ ଉପରେ ଦିଆଯିବାକୁ ଥିବା ଛାଡ଼କୁ ନେଇ ବିକ୍ରୀ ସମୟରେ ଘୋଷଣା କରାଯିବ। ଏହାବ୍ୟତିତ କିଛି ଉତ୍ପାଦଗୁଡ଼ିକ ବିଷୟରେ ଏବେଠାରୁ ସୁଚନା ମିଳିଛି। ଯେଉଁଥିରେ କି ଆଇଫୋନ-୭, ୧୫ ମଇକୁ ସବୁଠାରୁ କମ୍‌ ଦାମରେ ବିକ୍ରି କରାଯିବ।
 
ସୁଚନା ମୁତାବକ, ଫ୍ଲିପକାର୍ଟ ନିଜର କିଛି ବିକ୍ରୀକୁ ନେଇ ଦେଇଥିବା ଅଫର ମଧ୍ୟରେ ଲେନୋଭୋ କେ୫ ନୋଟ-୧୩,୪୯୯ର ସ୍ଥାନରେ ୧୧,୪୯୯ ଟଙ୍କା ରଖିଛି। ଏହିପରି ଭାବେ ଗୁଗୁଲ ପିକ୍ସେଲକୁ ୫୭ ହଜାର ଟଙ୍କାରୁ କମାଇ ୩୪,୯୯୯ଟଙ୍କା, ମୋଟୋ ଜି୫ ପ୍ଲସ(୪ଜିବି)କୁ ୧୬ ହଜାର ୯୯୯ଟଙ୍କାରୁ କମାଇ ୧୪ହଜାର୯୯୯ଟଙ୍କା ଏବଂ ସାମସଙ୍ଗ ଅନ୍‌୫କୁ ୮,୯୯୦ଟଙ୍କା ସ୍ଥାନରେ ୬,୪୯୦ ରଖିଛି। ଅନୁରୂପ ଭାବେ ଅନ୍ୟ ସ୍ମାର୍ଟଫୋନ୍‌ଗୁଡ଼ିକରେ ମଧ୍ୟ ଏହି ଅଫରର ସୁବିଧା ଦିଆଯାଉଛି।
  • Tags:

Subscribe

National International State Sports Entertainment