ଆଜି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରତାପ ଦେବ
Khabar Odisha:Today-Pratap-Dev-to-be-file-nomination
ଭୁବନେଶ୍ୱର, ମେ ୧୫(ଖବର ଓଡ଼ିଶା): ଓଡ଼ିଶାର ଖାଲି ରହିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯିବ । ଦଳର ମୁଖପାତ୍ର ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବେ ।
 
ପୂର୍ବତନ ସାଂସଦ ବିଷ୍ଣୁ ଦାସ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତ ହେବା ପରେ ସେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଏହି ଆସନଟି ଖାଲି ପଡିଛି । ସଂଖ୍ୟା ଦୃଷ୍ଟିରୁ ଏହି ଆସନଟି ବିଜେଡି ଦଳକୁ ଯିବ । ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି । ଆସନ୍ତା କାଲି ନାମାଙ୍କନ ପତ୍ର ଯାଞ୍ଚ ଏବଂ 18 ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମେ ୨୫ରେ ରାଜ୍ୟସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ ।
 
ଏହା ପୂର୍ବରୁ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।
 
ଏଠାରେ କହି ରଖୁଛୁ ଯେ, ପ୍ରତାପ ଦେବ କେନ୍ଦ୍ରାପଡ଼ା ଆଳି ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ହୋଇଛନ୍ତି । ଏତଦ୍‌ବ୍ୟତିତ ସେ ୨୦୦୯ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୨୦୧୪ ନିର୍ବାଚନରେ ହାରିବା ପରେ ତାଙ୍କୁ ବିଜେଡ଼ି ଦଳ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଥିଲା ।
  • Tags:

Subscribe

National International State Sports Entertainment