ରେକର୍ଡ଼ ପରେ ରେକର୍ଡ଼, ପ୍ରଥମ ଫିଲ୍ମ ଭାବେ ୧୦୦୦ କୋଟି କ୍ଲବରେ ସାମିଲ ହେଲା ବାହୁବଳୀ ୨
Khabar Odisha:Baahubali-2-becomes-1st-movie-to-enter-in-1000-crore-club

ନୂଆଦିଲ୍ଲୀ,ମେ୦୭(ଖବର ଓଡ଼ିଶା): ରିଲିଜ୍ ହେବା ଦିନଠୁ ବକ୍ସ ଅଫିସରେ ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ଏସ ଏସ ରାଜମୌଲୀଙ୍କ ଫିଲ୍ମ ବାହୁବଳୀ ୨। ଦେଶର ସବୁଠୁ ବଡ଼ ଫିଲ୍ମ ଏଵେ ବ୍ୟୟସାୟ ମାମଲାରେ ସମସ୍ତ ରେକର୍ଡ ଭଙ୍ଗ କରି ଇତିହାସ ରଚିଛି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଥମ  ଫିଲ୍ମ ଭାବେ  ୧୦୦୦ କୋଟି ଟଙ୍କା ବ୍ୟବସାୟ କରିଛି। ବାହୁବଳୀ ୨ ଭାରତରେ ଏପର୍ୟ୍ୟନ୍ତ ୮୦୦ କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ବିଦେଶରେ ୨୦୦ କୋଟି ଟଙ୍କା ବ୍ୟବସାୟ କରିଛି।

ଏହି ଦେଶ ବିଦେଶରେ ଏହି ଫିଲ୍ମ ମାତ୍ର ୯ ଦିନରେ ଏହି ସଫଳତା ହାସଲ କରିଛି। ଏପର୍ୟ୍ୟନ୍ତ ବାହୁବଳୀ ୨ ଯେମିତି ବ୍ୟବସାୟ କରି ଚାଲିଛି ଏବଂ ହଲ ସମ୍ମୁଖରେ ଦର୍ଶକଙ୍କ ଲମ୍ବା ଲାଇନ ଓ ଭିଡ଼ ଦେଖିବାକୁ ମିଳିଛି ଏଥିରୁ ଅନୁମାନ କରାଯାଇ ପାରେ ଯେ ଏହି ଫିଲ୍ମ ୧୫୦୦ କୋଟି ଟଙ୍କା ବ୍ୟବସାୟ କରିପାରେ। ଫିଲ୍ମ ନିର୍ମାତା କରନ ଜୋହର ଟ୍ଵିଟ୍ କରି  ଲେଖିଛନ୍ତି ଯେ ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ବ୍ଲକବଷ୍ଟର ଫିଲ୍ମରେ ପରିଣତ ହୋଇଛି। ଏହି ଫିଲ୍ମକୁ ଯେମିତି ଦେଶ ବିଦେଶରୁ ରେସପନ୍ସ ମିଳୁଛି ୧୫୦୦ କୋଟି ଟଙ୍କା ବ୍ୟବସାୟ କଲେ ଏଥିରେ ଆଶ୍ଚର୍ୟ୍ୟ ହେବାର କିଛି ନାହିଁ। ବାହୁବଳୀ ଏବେ ଆମିର ଖାନଙ୍କ ପିକେ ଓ ଦଙ୍ଗଲକୁ ପଛରେ ପକାଇ ଦେଇଛି। ଏହି ଦୁଇ ଫିଲ୍ମ ମୋଟ୍ ୭୬୮ କୋଟି ଓ ୭୧୮ କୋଟି ଟଙ୍କା ବ୍ୟବସାୟ କରିଥିଲା।

ସୂଚନାଯୋଗ୍ୟ, ଏହି ଫିଲ୍ମ ୬ଟି ଭାଷା ସହ ବିଶ୍ଵର ୯୦୦୦ ସ୍କ୍ରିନରେ ରିଲିଜ ହୋଇଛି। ଏହି ଫିଲ୍ମ ଏବେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି। 

  • Tags:

Subscribe

National International State Sports Entertainment