ବାଜିଲା ଝାରସୁଗୁଡା ଉପନିର୍ବାଚନ ପାଇଁ ନିର୍ବାଚନ ବିଗୁଲ | ଝାରସୁଗୁଡ଼ା ଉପନିର୍ବାଚନ ନେଇ ସିଇସିଙ୍କ ଘୋଷଣା । ମେ’ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ । ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପ-ନିର୍ବାଚନ ହେବ । ନବଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଫାଙ୍କା ପଡିଛି । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।