ପୁରୀ: ଚିଲିକାରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକ ଜଣକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ଝାଡଖଣ୍ଡର କୁଶଗ୍ର ଦିବ୍ୟ। ସେ ଭୁବନେଶ୍ବରର ଏକ କମ୍ପାନୀରେ କାମ କରୁଥିଲେ। କମ୍ପାନୀ କର୍ମଚାରୀଙ୍କ ସହ ଚିଲିକା ବୁଲିବାକୁ ଆସିଥିଲେ।
ସୂଚନା ଅନୁସାରେ, ସମ୍ପୃକ୍ତ ପର୍ଯ୍ୟଟକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଚିଲିକା ମୁହାଣ ମୁହଁରେ ଗାଧୋଉଥିଲେ। ତେବେ ଗାଧୋଉଥିବା ସମୟରେ ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଶେଷରେ ବାଘମୁଣ୍ଡା କୂଳରୁ ତାଙ୍କ ମତଦେହ ଉଦ୍ଧାର କରିଛି।
ଅଧିକ ପଢନ୍ତୁ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ମାଆ