Home >
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି
Khabar Odisha:total-40-positive-Corona-case-in-Odisha
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ । ନୂଆ ମାମଲା ଆସିବା ପରେ ବର୍ତ୍ତମାନ ରାଜ୍ୟରେ ୪୦କୁ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଗତକାଲି କେନ୍ଦ୍ରାପଡ଼ାର ଜଣେ ୩୨ ବର୍ଷିୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ଆକ୍ରାନ୍ତ ଯୁବକ ଜଣଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ ଥିବା ବେଳେ ସେ ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ।
ରାଜ୍ୟରେ ଏପର୍ଯ୍ୟନ୍ତ ଯେତିକି ରକ୍ତ ନମୁନା ପରୀକ୍ଷା କରାଯାଇଛି ସେଥିରୁ ୪୦ଟି ପଜିଟିଭ ବାହାରିଥିବା ବେଳେ ବାକି ସବୁ ନେଗେଟିଭ । ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏବେ ୩୮ ଜଣଙ୍କୁ କୋଭିଡ-୧୯ ଓ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗତକାଲି ରାତି ୧୧ଟା ପର୍ଯ୍ୟନ୍ତ ମୋଟ ୩୦୨ଟି ନମୁନା ପରୀକ୍ଷା କରାଯାଇଥିଲା । ଆରଏମଆରସିରେ ୨୬୧, ଏମ୍ସରେ ୩୬ ଓ ଏସସିବିରେ ୨୦ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ଗୋଟିଏ ପଜିଟିଭ  ବାହାରିଥିଲା ।

  • Tags:

Subscribe

National International State Sports Entertainment