ବଞ୍ଚିପାରିଲେନି କୁନି ଝିଅ ସୃଷ୍ଟି । ବୋରୱେଲରେ ଦୀର୍ଘ ଘଂଟା ଫସି ରହିବା ପରେ ଆଜି ଉଦ୍ଧାର ହୋଇଥିଲେ କିନ୍ତୁ ଦୁର୍ଭାଗ୍ଯ ବଶତଃ ଜୀବନ ସହ ଲଢେଇ କରି ଶେଷରେ ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶ ବୋରୱେଲରେ ଫସିରହିଥିଲା ଏହି ତିନି ବର୍ଷର ଶିଶୁ କନ୍ୟା । ତିନିଶହ ଫୁଟର ବୋରୱେଲରେ ଫସିଥିବା ସୃଷ୍ଟିକୁ ଦୀର୍ଘ ୫୫ ଘଂଟା ପରେ ରୋବୋଟିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସିହୋର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ହେବାବେଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଏନଡ଼ିଆରଏଫ, ଏସଡ଼ିଆରଏଫ ଓ ସେନା ନିୟୋଜିତ ହୋଇଥିବାବେଳେ ଗୁରୁବାର ରୋବୋଟିକ ଏକ୍ସପର୍ଟ ଟିମ୍ ପହଁଥିଲେ । ମଙ୍ଗଳବାର ଅପରାହ୍ନ ସମୟରେ ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ପାଖ କ୍ଷେତରେ ଝିଅଟି ଖେଳୁଥିବାବେଳେ ବୋରୱେଲରେ ଖସିପଡ଼ିଥିଲା ।