Home >
ଚୋରି ପାଇଁ ଆରଏସପିକୁ ୨ ଟ୍ରେଲର ପଶିବା ଘଟଣା, ୨ ସିଆଇଏସଏଫ କର୍ମୀ ସହିତ ୫ ଗିରଫ
Khabar Odisha:state-odisha-rsp-matter-5-arrested-include-2-cisf-staff-roukela
ରାଉରକେଲା, ଜାନୁଆରୀ୧୫(ଖବର ଓଡ଼ିଶା):

ରାଉରକେଲା ଇସ୍ପାତ କାରଖାନା(ଆରଏସପି) ୨ ଟ୍ରେଲ ପଶିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ନିଲମ୍ବିତ ୪ ସିଆଇଏସଏଫ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫକାରୀଙ୍କ ମଧ୍ୟରେ ଆରଏସପିର ଜଣେ କ୍ରେନ ଅପରେଟସ ଓ ୨ ସ୍କ୍ରାପ ବ୍ୟବସାୟୀ ମଧ୍ୟ ସାମିଲ।

ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ଚୋରି ଉଦ୍ଦେଶ୍ୟରେ ୨ଟି ଟ୍ରେଲର ଆରଏସପିରେ ପଶିଥିଲା। ଏଥିରେ ସିଆଇଏସଫ ଯବାନଙ୍କ ସଂପୃକ୍ତି ଥିବା ଜଣା ପଡ଼ିଥିଲା। ଏଥିରେ ୪ ସିଆଇଏସଏଫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

Subscribe

National International State Sports Entertainment