Home >
ବରଗଡରେ ପୋଲିସଙ୍କୁ ଡିଜିପିଙ୍କ ୫ଟି ମନ୍ତ୍ର
Khabar Odisha:state-odisha-5t-mantra-of-DGP
ବରଗଡ, ଅକ୍ଟୋବର ୦୯ (ଖବର ଓଡିଶା) :

 ବରଗଡରେ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ୫ଟି ପାଠ ପଢାଇଛନ୍ତି। ସାଧାରଣ ଲୋକଙ୍କର କିପରି ଭାବରେ ବିଶ୍ଵାସଭାଜନ କରିବାକୁ ହେବ ସେନେଇ ଡିଜିପି ପରାମର୍ଶ ଦେଇଛନ୍ତି। ଏହା ସହ କର୍ମଚାରୀଙ୍କୁ ପରିଷ୍କାର ପୋଷାକ, ଟୋପି ଓ ଜୋତା ପିନ୍ଧିବାକୁ କହିଛନ୍ତି। ପୋଲିସ କର୍ମଚାରୀଙ୍କ ସହ ମତବିନିମୟ କାର୍ଯ୍ୟକ୍ରମରେ ଡିଜିପି ଏଭଳି ପରାମର୍ଶ ଦେଇଛନ୍ତି। 

ଡିଜିପି କହିଛନ୍ତି କି, ଥାନାକୁ ଆସୁଥିବା ଲୋକଙ୍କୁ କିଛି ଥାନା ଅଧିକାରୀ ତେରିମେରି କରନ୍ତି। ଲୋକଙ୍କୁ ଅଭଦ୍ର ବ୍ୟବହାର ସହ ଗାଳିଗୁଲଜ କରନ୍ତି। ଲୋକଙ୍କ ଠାରୁ କିଛି ପୋଲିସ ଅଧିକାରୀ ପଇସା ନେବାକୁ ଚେଷ୍ଟା କରନ୍ତି। ତେଣୁ ଲୋକ ଥାନାକୁ ଯିବାକୁ ଡରୁଛନ୍ତି। ଯେଉଁମାନଙ୍କ ପାଇଁ ଥାନା ବଦନାମ ହେଉଛି। ଥାନାର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଛି। କିନ୍ତୁ ସବୁ ପୋଲିସ ଅଧିକାରୀ ଖରାପ ନୁହଁନ୍ତି। ଅନେକ ଥାନାରେ ଭଲ ପୋଲିସ ଅଧିକାରୀ ଅଛନ୍ତି। ସମୟ ଆସିଛି, ପୋଲିସ କର୍ମଚାରୀଙ୍କୁ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ହେବ। ଲୋକଙ୍କୁ ମିଠା କଥା କହିବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି।

Subscribe

National International State Sports Entertainment