Home >
ମିଠା ଖାଇ ୨୦ ଅସୁସ୍ଥ
Khabar Odisha:state-odisha-20-sick-after-eating-aweet-in-sonepur
ସୋନପୁର, ମାର୍ଚ୍ଚ ୧୬(ଖବର ଓଡିଶା ) :

ସୋନପୁର ଜିଲ୍ଲା ବାଙ୍କିପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ରାତିରେ ବାହାଘରରେ ମିଠା ଖାଇ ୨୦ ଜଣ ବ୍ୟକ୍ତି ଝାଡାବାନ୍ତିରେ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତି କରାଯାଇଛି ।

ସୂଚନାନୁସାରେ, ଗତକାଲି ସୋନପୁରର ବାଙ୍କିପାଲି ଗାଁରେ ଏକ ବାହାଘର ଥିଲା । ବାହାଘରରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଇଥିଲା । ସେହି ମିଠାକୁ ଗାଁ ଲୋକମାନେ ଖାଇଥିଲେ । ଖାଇବାର କିଛି ସମୟ ପରେ କିଛି ଲୋକ ଝାଡାବାନ୍ତି ରୋଗର ଆକ୍ରାନ୍ତ ହୋଇଥିଲେ । ଫଳରେ ୨୦ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ସମସ୍ତଙ୍କୁ ବର୍ତମାନ ନିକଟସ୍ଥ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତି କରାଯାଇଛି । 

  • Tags:

Subscribe

National International State Sports Entertainment