Home >
ହକ୍ ପାଇଁ ଲଢେଇ କରୁ କରୁ ଧାରଣା ସ୍ଥଳରେ ଚାଲିଗଲା ଜୀବନ
Khabar Odisha:state-odisha--teacher-died-suspected-cardiac-in-lower-pmg-bhubaneswar
ଭୁବନେଶ୍ଵର, ଡିସେମ୍ବର୦୩(ଖବର ଓଡ଼ିଶା):

ନିଜ ହକ୍ ପାଇଁ ଲଢେଇ କରୁ କରୁ ଧାରଣା ସ୍ଥଳରେ ଚାଲିଗଲା ଜୀବନ। ଏହି ଘଟଣା ଭୁବନେଶ୍ଵର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ଘଟିଛି। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଦୀର୍ଘ ଦିନ ହେବ ଶିକ୍ଷକ ସଂଘ ଆନ୍ଦୋଳନ କରି ଆସୁଛନ୍ତି। ଆଜି ମଧ୍ୟ ଶିକ୍ଷକମାନେ ଧାରଣାରେ ବସିଥିବା ବେଳେ ଏହି ଅଘଟଣ ଘଟିଛି।   

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଏବଂ କଣ୍ଟ୍ରାକ୍‌ଚୁଆଲ୍ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି କରିବା ଦାବିରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ମୟୁରଭଞ୍ଜ ଜିଲ୍ଲାର ଶିକ୍ଷକ ନିରଞ୍ଜନ ବାରିକ୍ ଯୋଗଦେଇଥିଲେ। ତେବେ ଧାରଣାସ୍ଥଳରେ ଅଚାନକ ନିରଞ୍ଜନ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ଅନ୍ୟ ଶିକ୍ଷକ ଏବଂ ପୋଲିସଙ୍କ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ମୃତ୍ୟୁ ଘଟିଥିବା କୁହାଯାଉଛି।

ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତ ଶିକ୍ଷକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ସହ ୫୦ଲକ୍ଷ ଟଙ୍କା ଦାବି କରିଛି ପ୍ରାଥମିକ ଶିକ୍ଷକ ମହାସଂଘ।

Subscribe

National International State Sports Entertainment