Home >
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କେନ୍ଦ୍ରଠୁ ରାଜ୍ୟ ପାଇବ ୭,୫୪୪ କୋଟି ଟଙ୍କା
Khabar Odisha:state-odisha--Cm-Naveen-patnaik-audit-on-5T-in-Delhi
ନୂଆଦିଲ୍ଲୀ, ନଭେମ୍ବର ୦୯(ଖବର ଓଡ଼ିଶା):

ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ବିଭିନ୍ନ ଯୋଜନାରେ କେନ୍ଦ୍ର ଠାରୁ ରାଜ୍ୟ ୭ ହଜାର ୫୪୪ କୋଟି ଟଙ୍କା ପାଇବ। ଏହା ସହିତ ୫ଟିର କାର୍ଯ୍ୟକାରିତା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। 

ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ଯୋଜନାରେ ଏ ପର୍ଯ୍ୟନ୍ତ ୭  ହଜାର ୫୪୪ ଟଙ୍କା କେନ୍ଦ୍ରଠୁ ରାଜ୍ୟକୁ ପାଇବାକୁ ଅଛି। ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଆବାସ ଯୋଜନା, ମନରେଗା, ଗ୍ରାମ ସଡ଼କ ଯୋଜନାରେ ଏହି ଅର୍ଥ ବକେୟା ରହିଛି। 

୫ଟି ସଂପର୍କରେ ମଧ୍ୟ ୫ଟି ସଚିବ ଭିକେ ପାଣ୍ଡିଆନ ଓ ଅନ୍ୟ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ୫ଟି ଉପରେ ଗୁରୁତ୍ଵ ଦେବାକୁ ଆବାସିକ ଓ ସ୍ଵତନ୍ତ୍ର  ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବକେୟା ପାଇଁ ନିୟମିତ ଯୋଗାଯୋଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Subscribe

National International State Sports Entertainment